ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଷ୍ଟିମ୍‌ଡ୍‌ ଲେମନ୍‌ ଫିଶ୍‌’

fish

ଆବଶ୍ୟକ ସାମଗ୍ରୀ

ଗୋଟା ମାଛ, ଲେମ୍ବୁ, ଲାଲ କ୍ୟାପ୍‌ସିକମ୍‌, ପିଆଜ ଷଣ୍ଢା, ଅଦା, ଜିରା ଗୁଣ୍ଡ,କଟା ରସୁଣ, ଡାଳଚିନି, କଞ୍ଚା ଲଙ୍କା, ଅଲିଭ୍‌ ଅଏଲ୍‌ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମାଛକୁ ଧୋଇ ନିଅନ୍ତୁ। ଏହାପରେ ଲେମ୍ବୁ ରସ ଓ ଲୁଣ ପକାଇ ଭଲଭାବେ ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ଏବେ ପିଆଜ ଷଣ୍ଢା, ଲାଲ କ୍ୟାପ୍‌ସିକମ୍‌, ଅଦା, ରସୁଣ, କଞ୍ଚା ଲଙ୍କାକୁ ଏକ ପାତ୍ରରେ ରଖନ୍ତୁ। ମଧ୍ୟମ ଆଞ୍ଚରେ କଢେଇ ଗରମ କରନ୍ତୁ।

ଏବେ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ଏଥିରେ ପିଆଜ ଷଣ୍ଢା ଓ କଞ୍ଚା ଲଙ୍କା ପକାନ୍ତୁ। ପରେ ଏଥିରେ କଟା ଅଦା, ରସୁଣ ଓ ଡାଳଚିନି ପକାଇ ଭାଜନ୍ତୁ। ବର୍ତ୍ତମାନ ଏଥିରେ ମାଛ ପକାଇ ଘୋଡ଼ାଇ ଦିଅନ୍ତୁ। ଗ୍ୟାସ୍‌ର ଆଞ୍ଚ କମ୍ କରି ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ୧୦ ମିନିଟ୍‌ ପରେ ଢାଙ୍କୁଣୀ ବାହାର କରି ମାଛ ଉପରେ ଜିରା ଗୁଣ୍ଡ ପକାନ୍ତୁ।

ପୁଣି ଥରେ ଏହାକୁ ଘୋଡ଼ାଇ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ଏମିତି ଛାଡି ଦିଅନ୍ତୁ। ଏବେ ଏଥିରେ ଆବଶ୍ୟକ ଅନୁସାରେ ଲୁଣ ପକାଇ ଅଳ୍ପ ପାଣି ଦିଅନ୍ତୁ ଓ ଏହାକୁ ଘୋଡ଼ାଇ ଦିଅନ୍ତୁ। ମାଛ ସିଝିଗଲା ପରେ ଏବେ ପୁଣି ଥରେ ଏହାକୁ ଘୋଡ଼ାଇ ଗ୍ରେଭିକୁ ଭଲ ଭାବେ ଫୁଟାନ୍ତୁ। ତରକାରୀ ଫୁଟିଗଲେ ଚୁଲି ବନ୍ଦ କରିଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଷ୍ଟିମ୍‌ଡ୍‌ ଲେମନ୍‌ ଫିଶ୍‌।

ପଢନ୍ତୁ;  ଚଳଚ୍ଚିତ୍ର ଚୋରି,ନକଲ କଲେ ୩ ବର୍ଷ ଜେଲ 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More