Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଭେଜିଟେବଲ୍‌ ଚିକେନ୍‌’

vegetable

ଆବଶ୍ୟକ ସାମଗ୍ରୀ

ଚିକେନ୍‌,ବିଟ୍‌, ଗାଜର୍‌, ବିନ୍ସ, ଗ୍ରୀନ୍‌ ମଟର, ଫୁଲ କୋବି, କଟା ପିଆଜ, ଧନିଆ ଓ ତେଜପତ୍ର ଗୁଣ୍ଡ, ଡାଲ୍‌ଚିନି ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ୍‌, ଲୁଣ, ଚିନା ବାଦାମ୍‌ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଡ଼େଇରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଚିକେନ୍‌ ପକାନ୍ତୁ। ତା’ପରେ ସେଥିରେ ହଳଦୀ ଓ ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଚିକେନ୍‌ ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ତା’ପରେ କଡ଼େଇରେ ଆହୁରି ତେଲ ଦେଇ ସେଥିରେ ପିଆଜ ପକାନ୍ତୁ।

vegetable

ପିଆଜ ଟିକେ ନାଲି ପଡିଆସିଲେ ସେଥିରେ ଅଦା ରସୁଣ ପେଷ୍ଟ୍‌ ପକାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ବିନ୍ସ, ଗ୍ରୀନ୍‌ ମଟର ଓ ଫୁଲ କୋବି ପକାଇ ଗୋଳାନ୍ତୁ। କିଛି ସମୟ ପରେ ସେଥିରେ ବିଟ୍ ଓ ଗାଜର୍‌ ପକାଇ ଗୋଳାନ୍ତୁ। ପରିବା ଭଲରେ ମସଲାରେ ମିଶିଯିବା ପରେ ସେଥିରେ ଚିନା ବାଦାମ୍‌ ପକାନ୍ତୁ।

ଏହାପରେ ସେଥିରେ ଚିକେନ୍‌ ପକାଇ ଗୋଳାନ୍ତୁ। ତା’ପରେ ତାକୁ ୭ ମିନିଟ୍‌ ଛାଡ଼ିଦିଅନ୍ତୁ। ପରେ ସେଥିରେ ଲଙ୍କା ଗୁଣ୍ଡ, ଡାଲ୍‌ଚିନି ଗୁଣ୍ଡ, ଧନିଆ ଓ ତେଜ ପତ୍ର ଗୁଣ୍ଡ, ଲୁଣ ଓ ପାଣି ଦେଇ ଢ଼ାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ପାଣି ମରିଯାଇ ମାଂସ ସିଝିଯିବା ପରେ ତାକୁ ଗୋଳେଇ ଦେଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ସେଥିରେ ଚାହିଁଲେ, ଆପଣ ଧନିଆ ପତ୍ର ପକାଇ ପାରିବେ। ଏବେ ପରସନ୍ତୁ ଗରମ ଗରମ ଭେଜିଟେବଲ ଚିକେନ୍‌

ପଢନ୍ତୁ; କମିଲା ଏଲପିଜି ଦର

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଫିସ୍‌ ଅମ୍‌ଲେଟ୍”

Ratnamani Moharana

ଘରେ ତିଆରି କରନ୍ତୁ ଭେଜିଟେବଲ୍‌ ଚପ୍‌,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ!

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘କସ୍ତୁରୀ କବାବ୍’

ENO Beuro

Leave a Comment