News

ପ୍ରସ୍ତୁତ କରନ୍ତୁ ଚିଲି କାବୁଲି ଚଣା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

chana

ଆବଶ୍ୟକ ସାମଗ୍ରୀ

କାବୁଲି ଚଣା, କ୍ୟାପ୍‍ସିକମ୍‍,ପିଆଜ,କର୍ଣ୍ଣଫ୍ଲୋର୍‌, ମଇଦା, ଅଦା ପେଷ୍ଟ୍‌, ରସୁଣ ଓ କଞ୍ଚା ଲଙ୍କା ପେଷ୍ଟ୍‍, ଶୋୟା ସସ୍‍, ଟମାଟୋ ସସ୍‍, ଆବଶ୍ୟକ ଅନୁଯାୟୀ ତେଲ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କାବୁଲି ୫-୬ ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ଅଳ୍ପ ଲୁଣ ଦେଇ ଏହାକୁ ସିଝାଇ ଦିଅନ୍ତୁ। ଏହା ସିଝିଗଲେ, ସେଥିରେ ଅଦା, ରସୁଣ ଓ ଲଙ୍କାର ପେଷ୍ଟ ସହ ମଇଦା ଓ କର୍ଣ୍ଣଫ୍ଲୋର ମିଶାଇ ଭଲଭାବରେ ମିକ୍ସ କରିଦିଅନ୍ତୁ।

chana

ତାପରେ ଏହାକୁ ଗୋଟିଏ କଡ଼େଇରେ ତେଲ ଗରମ କରି ସିଝା ଚଣା ସବୁକୁ ସୁନେଲି ରଙ୍ଗ ହେବାଯାଏ ଛାଣନ୍ତୁ। ଅନ୍ୟ ଏକ କଡ଼େଇରେ ୨ଚାମଚ ତେଲ ପକାଇ କଟା ପିଆଜ ଓ କ୍ୟାପ୍‍ସିକମ୍‍କୁ ଭାଜନ୍ତୁ।

ଏହା ଭାଜି ହେଲା ପରେ ଛଣା ହେଇଥିବା ଚଣାକୁ ପକାନ୍ତୁ ଓ ତା’ଉପରେ ୧ ଚାମଚ ଟମାଟୋ ସସ୍‍ଶୋୟା ସସ୍‍ ପକାଇ ୧ମିନିଟ୍‍ ଭାଜି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଲ୍ଲୀ କାବୁଲି ଚଣା।

ଏହାକୁ ରୁଟି, ପରଟା କିମ୍ବା ନାନ୍‌ ସହ ଗରମ ଗରମ ଖାଇପାରିବେ।

ପଢନ୍ତୁ; ରାଜ୍ୟ ସରକାରଙ୍କ ଦୀପାବଳି ଭେଟି:ବଢିଲା ମହଙ୍ଗା ଭତ୍ତା

Related posts

ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢିଲା

ENO Beuro

ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜାଙ୍କ ଆତ୍ମହତ୍ୟା

ENO Beuro

ପୂରା ଦେଶ ପାଳନ କରୁଛି ନେତାଜୀ ଜୟନ୍ତୀ,୨୩ ଜାନୁଆରୀକୁ ‘ଦେଶପ୍ରେମ’ ଦିବସ ଭାବେ ଘୋଷଣା କରାଯାଉ।

ENO Beuro

Leave a Comment