LIFESTYLE

ଘରେ ତିଆରି କରି ଖାଆନ୍ତୁ ନଡ଼ିଆ ସିଙ୍ଗଡ଼ା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ସିଙ୍ଗଡା ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି। କିନ୍ତୁ ନଡିଆ ସିଙ୍ଗଡାର ସ୍ଵାଦ ଟିକେ ଭିନ୍ୟ। ତେବେ ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ।

ଆବଶ୍ୟକ ସାମଗ୍ରୀ:

ମଇଦା, ନଡ଼ିଆ କୋରା, ଘିଅ, ଲେମ୍ୱୁ , କଞ୍ଚାଲଙ୍କା, ଲୁଣ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମଇଦାରେ ଅଳ୍ପ ଲୁଣ ଓ ଘିଅ ପକାଇ ଦଳିନିଅନ୍ତୁ। କୋରା ନଡିଆରେ କଞ୍ଚାଲଙ୍କା ଓ ଲେମ୍ୱୁରସ ମିଶାଇ ପୁର ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ମଇଦାକୁ ଛୋଟ ଛୋଟ ଗୁଳା କରିଦିଅନ୍ତୁ।

ଏହି ମଇଦା ଗୋଳାକୁ ସିଙ୍ଗଡ଼ା ଆକାରର ଗଢି ଏଥିରେ ପୁର ଦେଇ ସିଙ୍ଗଡ଼ାର ମୁହଁ ବନ୍ଦ କରିଦିଅନ୍ତୁ। କଡ଼େଇରେ ତେଲ ଗରମ କରି ସେଥିରେ ସିଙ୍ଗଡା ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ନଡ଼ିଆ ସିଙ୍ଗଡା। ଏହାକୁ ଧନିଆପତ୍ର ଚଟଣୀ ସହିତ ଗରମାଗରମ ପରିବେଷଣ କରନ୍ତୁ।

ପଢନ୍ତୁ; କେଉଁ ରାଶିର ପୁଅ ପ୍ରେମରେ କେବେ ବି ଧୋକା ଦିଅନ୍ତି ନାହିଁ ଜାଣନ୍ତୁ?

Related posts

ପତଳା ହେବାକୁ ଚହୁଁଛନ୍ତି କି!!!! ତେବେ ପ୍ରତିଦିନ ଖାଇବା ଆରମ୍ଭ କରନ୍ତୁ ଏହି ଜିନିଷ

Ratnamani Moharana

ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଉଛନ୍ତି କି?ତେବେ ଆସନ୍ତୁ ଜାଣିବା ଏହା ଶରୀର ପାଇଁ କେତେ ଉପଯୋଗୀ

ENO Beuro

ଜନ୍ମତାରିଖ ଅନୁସାରେ ଜାଣନ୍ତୁ ଝିଅ ମାନଙ୍କ ଭାଗ୍ୟ ସମ୍ପର୍କରେ?

ENO Beuro

2 comments

Leave a Comment