Recipes & Food

ଆସନ୍ତୁ ତିଆରି କରିବା ‘ଗୋଟା ବାଇଗଣ ବେସର’

Untitled 1

ଆବଶ୍ୟକ ସାମଗ୍ରୀ

୩-୪ ଟି ଛୋଟ ଡେମ୍ଫ ଲଗା ବାଇଗଣ, ୨ ଟି ବିଲାତି ବାଇଗଣ , ୧ ଚାମଚ ହଳଦୀ, ୫ ଚାମଚ ସୋରିଷ ତେଲ , ୧ ଚାମଚ ପାଞ୍ଚ ଫୁଟଣ , ୪ ଚାମଚ ଗୋଟା ସୋରିଷ , ୨ ଚାମଚ ଗୋଟା ଜୀରା ଓ ଧଣିଆ, ୩ ଟି ସଜନା ଛୁଇଁ , ୩ ଟି ଆଳୁ , ସ୍ଵାଦ ଅନୁସାରେ ଲୁଣ , ୩ ଟି କଞ୍ଚା ଲଙ୍କା , ୨ ଟି ଶୁଖିଲା ଲଙ୍କା , ରସୁଣ ଓ ପିଆଜ ଅଳ୍ପ କିଛି ଧଣିଆ ପତ୍ର  ।

ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ସଜନା ଛୁଇଁ ଓ ଆଳୁକୁ  ଛୋଟ ଛୋଟ କରି କାଟି ଧୋଇବା ପରେ  ଲୁଣ ଓ ହଳଦୀ ଦେଇ ଦରସିଝା କରି ରଖନ୍ତୁ ।  ଗୋଟେ ପିଆଜ , ୧ ଚାମଚ ଜୀରା ଓ ଧଣିଆ ପକାଇ ଚିକ୍କଣ କରି ବାଟି ରଖନ୍ତୁ । ବାଇଗଣକୁ ଡେମ୍ଫ ଲଗା ଅବସ୍ଥାରେ ୪ ପିସ କଲାପରି କାଟି ତେଲରେ ଭାଜି ରଖନ୍ତୁ ।  ଏହାପରେ  ପିଆଜ ଓ ବିଲାତି ବାଇଗଣକୁ  ଚୁନ ଚୁନ କରି  କାଟି ଦିଅନ୍ତୁ ।  କରେଇରେ ତେଲ ଗରମ କରି ପାଞ୍ଚ ଫୁଟଣ ଫୁଟାଇ ପିଆଜ ପକାନ୍ତୁ । ପିଆଜ ବାଦାମି ରଙ୍ଗ ହୋଇଗଲେ ସୋରିଷ ମସଲା ପକାନ୍ତୁ । କିଛି ସମୟ କଷିଲା ପରେ ୪/୫ କପ ପାଣି ଦିଅନ୍ତୁ ଓ ବିଲାତି ପକାନ୍ତୁ । ୧୦ ମିନିଟ ପରେ ଅଧା ସିଝା ପାରିବା  ପକାଇ ୫/୧୦ ମିନିଟ ଫୁଟାନ୍ତୁ ।  ଏହାପରେ ଭାତ ସହିତ ଧଣିଆ ପତ୍ର ସଜାଇ ପରସନ୍ତୁ । 

ପଢନ୍ତୁ: ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ‘ମାଛ ମୁଣ୍ଡ ଘାଣ୍ଟ’

Related posts

ଘରେ କିପରି ତିଆରି କରିବେ ମାଛ ମୁଣ୍ଡ ଛେଞ୍ଚଡ଼ା ଜାଣନ୍ତୁ ?

ENO Beuro

ଘରେ ତିଆରି କରନ୍ତୁ ମିଲ୍କ-କେକ୍, ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

ଆଜି ହିଁ ପ୍ରସ୍ତୁତ କରନ୍ତୁ ଅମୃତଭଣ୍ଡା ହାଲୱା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

1 comment

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସାଉଥ୍‌ ଇଣ୍ଡିଆନ୍‌ କଙ୍କଡ଼ା ତରକାରୀ September 11, 2019 at 2:03 pm

[…] ଆସନ୍ତୁ ତିଆରି କରିବା ‘ଗୋଟା ବାଇଗଣ ବେସର&… […]

Leave a Comment