Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଆଚାରୀ ଚିକେନ”

ଚିକେନକୁ ତ ଆପଣ ବହୁଥର ରାନ୍ଧିଥିବେ। କିନ୍ତୁ ଆଜି ଆମେ ଯେଉଁ ଚିକେନ ବିଷୟରେ କହିବାକୁ ଯାଉଛୁ ତାହା ଆପଣ ହୁଏତ ଜାଣିନଥିବେ। ଚିକେନ ସହ ଆଚାର କେବେ ଖାଇଛନ୍ତି କି! ଯଦି ନା ତେବେ ଆଜି ହିଁ ପ୍ରସ୍ତୁତ କରନ୍ତୁ ଆଉ ନିଅନ୍ତୁ ଏହି ଆଚାରୀ ଚିକେନର ମଜା। ଆସନ୍ତୁ ଜାଣିବା ଏହାର ରୋଷେଇ ପ୍ରଣାଳୀ ସମ୍ପର୍କରେ।

ଅବଶ୍ୟକୀୟ ସାମଗ୍ରୀ

ଚିକେନ୍‌

କଟା ପିଆଜ

ପିଆଜ-ଅଦା-ରସୁଣ ବଟା

ଟମାଟୋ

କାଜୁ ପେଷ୍ଟ୍‌

ତେଲ

ଲବଙ୍ଗ

ଗୁଜୁରାତି

ଡାଲଚିନି

ହଳଦୀ ଗୁଣ୍ଡ

ଲଙ୍କା ଗୁଣ୍ଡ

ଧନିଆ ଗୁଣ୍ଡ

ଜିରା ଗୁଣ୍ଡ

ଆମଚୁର ପାଉଡର

ଦହି

ଚାଟ୍‌ ମସଲା

ଆଚାର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସାରିବା ପରେ ଏଥିରେ ଲୁଣ, ହଳଦୀ ଓ ଅଳ୍ପ ଦହି ଗୋଳାଇ ମ୍ୟାରିନେଟ୍ କରି ରଖନ୍ତୁ। ତା’ପରେ ଏକ କଡ଼େଇରେ ତେଲ ଗରମ କରି ଏଥିରେ ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଭାଜନ୍ତୁ। ପରେ ଏଥିରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ।ଏହାପରେ ଏଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଏବଂ ଚାଟ୍‌ ମସଲା ପକାଇ ଆଉ କିଛି ସମୟ ଧୀମା ଆଞ୍ଚରେ କଷନ୍ତୁ।  ମସଲା କଷି ହୋଇ ଆସିଲେ, ଏଥିରେ ଚିକେନ୍‌, ଲୁଣ, ଆମଚୁର ପାଉଡର୍‌, କାଜୁ ପେଷ୍ଟ୍‌ ଏବଂ ଆଚାର ପକାଇ ପୁଣି କଷନ୍ତୁ। ଏବେ ଏହାକୁ ସିଝିବା ଲାଗି କିଛି ସମୟ ଘୋଡ଼ଣୀ ଦେଇ ଛାଡ଼ି ଦିଅନ୍ତୁ। ସିଝିଗଲା ପରେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚଟ୍‌ପଟା ଆଚାରି ଚିକେନ୍‌। ଏବେ ଏହାକୁ ରୁଟି, ନାନ୍‌, ପରଟା ବା ରୁମାଲ୍‌ ରୁଟି ସହ ପରଷନ୍ତୁ।

ପଢନ୍ତୁ: ହୋଲି ପର୍ବରେ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ବେସନ ଲଡୁ

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ କଲରା କଟ୍‌ଲେଟ୍‌

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ସ୍ଵାଦିଷ୍ଟ ଏକବର୍ଣ୍ଣି’

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ବାଇଗଣ ମସଲା

ENO Beuro

Leave a Comment