Loading...

ଆଜି ହିଁ ଟ୍ରାଏ କରନ୍ତୁ ଆମଲେଟ୍‌ ବର୍ଗର

ଆଜି ହିଁ ଟ୍ରାଏ କରନ୍ତୁ ଆମଲେଟ୍‌ ବର୍ଗର

କେବଳ ପିଲା ନୁହନ୍ତି, ବଡ଼ମାନେ ମଧ୍ୟ ବର୍ଗର ଖାଇବାକୁ ପସନ୍ଦ କରନ୍ତି। ଏହାକୁ ବହୁତ ଆଗ୍ରହର ସହ ଲୋକେ ଖାଇଥାନ୍ତି। ନିଜ ପିଲାଙ୍କ ହୃଦୟ ଜିତିବାକୁ ଆପଣ ନିଜ ଘରେ ଆମଲେଟ୍‌ ବର୍ଗର ତିଆରି କରି ଖୁଆଇ ପାରିବେ।

       କେବଳ ପିଲା ନୁହନ୍ତି, ବଡ଼ମାନେ ମଧ୍ୟ ବର୍ଗର ଖାଇବାକୁ ପସନ୍ଦ କରନ୍ତି। ଏହାକୁ ବହୁତ ଆଗ୍ରହର ସହ ଲୋକେ ଖାଇଥାନ୍ତି। ନିଜ ପିଲାଙ୍କ ହୃଦୟ ଜିତିବାକୁ ଆପଣ ନିଜ ଘରେ ଆମଲେଟ୍‌ ବର୍ଗର ତିଆରି କରି ଖୁଆଇ ପାରିବେ। ଏହି ବର୍ଗର ବନ୍‌ରେ ଟିକ୍କି ସ୍ଥାନରେ ଆମଲେଟ୍‌, ପିଆଜ, କାକୁଡ଼ି ଓ ଟମାଟୋ ଆଦି ପକାଇ ତିଆରି କରିପାରିବେ। ମାତ୍ର ୧୫ ମିନିଟ୍‌ରେ ତିଆରି କରାଯାଇପାରୁଥିବା ଏହି ଆମଲେଟ୍‌ ବର୍ଗର ସକାଳ ଜଳଖିଆ ପାଇଁ ତିଆରି କରିପାରିବେ। ଏଥିସହିତ ଆପଣ ଏହି ଆମଲେଟ୍‌ ବର୍ଗରକୁ କିଟି ପାର୍ଟି, ବାର୍ଥ ଡେ’ ପାର୍ଟି, ପିକ୍‌ନିକ୍ ଆଦିରେ ଅତିଥିଙ୍କୁ ପରଷି ପାରିବେ। ଚାଲନ୍ତୁ ଜାଣିବା ଏହି ଆମଲେଟ୍‌ ବର୍ଗର ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

ଆବଶ୍ୟକୀୟ ସାମଗ୍ରୀ

୧ଟି ବର୍ଗର ବନ୍‌, ୧ଟି ଅଣ୍ଡା, ଅଧ କପ୍‌ କ୍ଷୀର, ୨ଟି ପିଆଜ, ୧ ଚାମଚ ଲହୁଣୀ, ୧ ଚାମଚ ମାୟୋନିଜ, ୧ ଚାମଚ ତେଲ, ୧ଟା ଛୋଟ ଟମାଟୋ, ୧ଟା ଛୋଟ କାକୁଡ଼ି, ବନ୍ଧା କୋବିର ୧ଟା ପତ୍ର ଓ ସ୍ବାଦାନୁସାରେ ଲୁଣ।

 

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗୋଟିଏ ପିଆଜକୁ ଗୋଲ ଗୋଲ କରି ଓ ଅନ୍ୟଟିକୁ ଛୋଟ ଛୋଟ କରି କାଟନ୍ତୁ। ଟମାଟୋ ଓ କାକୁଡ଼ିକୁ ମଧ୍ୟ ଗୋଲ କରି କାଟନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡାକୁ ଫେଣ୍ଟନ୍ତୁ ଓ ଏଥିରେ ଛୋଟ ଛୋଟ କଟା ଯାଇଥିବା ପିଆଜ, କ୍ଷୀର ଓ ସ୍ବାଦାନୁସାରେ ଲୁଣ ପକାଇ ଫେଣ୍ଟନ୍ତୁ। ଏବେ ଏକ ପ୍ୟାନ୍‌ରେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ଏବେ ଏଥିରେ ଫେଣ୍ଟା ଯାଇଥିବା ଅଣ୍ଡା ଢାଳି ଆମଲେଟ୍‌ ତିଆରି କରନ୍ତୁ। ଉଭୟ ପାର୍ଶ୍ବରୁ ଆମଲେଟ୍‌କୁ ଗୋଲ୍ଡେନ୍‌ ବ୍ରାଉନ୍‌ ଓ କ୍ରିସ୍‌ପି ହେବା ଯାଏ ଫ୍ରାଏ କରନ୍ତୁ। ଏବେ ଆମଲେଟ୍‌କୁ ପ୍ଲେଟ୍‌କୁ ବାହାର କରି ଉକ୍ତ ପ୍ୟାନ୍‌ରେ ଅଳ୍ପ ବଟର ପକାନ୍ତୁ।

ବଟର ତରଳି ଗଲାପରେ ଏଥିରେ ବର୍ଗର ବନ୍‌କୁ ଉଭୟ ପାର୍ଶ୍ବରୁ ବ୍ରାଉନ୍‌ ହେବା ଯାଏ ସେକନ୍ତୁ ଓ ପ୍ଲେଟ୍‌କୁ ବାହାର କରନ୍ତୁ। ଏବେ ବର୍ଗରର ଗୋଟିଏ ପାର୍ଶ୍ବରେ ମାୟୋନିଜ୍‌ ଲଗାନ୍ତୁ ଓ ବନ୍ଧା କୋବି ପତ୍ରକୁ ବେସ୍‌ ଭାବେ ବ୍ୟବହାର କରନ୍ତୁ। ଏହା ଉପରେ ଟମାଟୋ, ପିଆଜ, କାକୁଡ଼ି ଓ ଉପରେ ଆମଲେଟ୍‌ ରଖନ୍ତୁ। ବାକି ଅଧା ବନ୍‌ରେ ବର୍ଗରକୁ କଭର କରନ୍ତୁ ଓ ଟମାଟୋ କ୍ୟାଚ୍‌ଅପ୍‌ ସହିତ ପରଷନ୍ତୁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.