EnewsOdia.Com

ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ବାଦାମ୍ ଫିର୍‌ନି’

ଆବଶ୍ୟକ ସାମଗ୍ରୀ

ଅରୁଆ ଚାଉଳ, କ୍ଷୀର, ଚିନି, ଘିଅ, ବାଦାମ (ଆଲମଣ୍ଡ), କାଜୁ, ପିସ୍ତା, ଗୁଜୁରାତି।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅରୁଆ ଚାଉଳକୁ ବତୁରେଇ ଏହାକୁ ଚୂନା କରି ଦିଅନ୍ତୁ। ଏବେ କଡ଼େଇରେ ଘିଅ ଗରମ କରି ଚୂନାକୁ ହାଲକା ଭାଜି ଦିଅନ୍ତୁ। ଏବେ ଏଥିରେ ଗୁଜୁରାତି, ପାଣି ଓ କ୍ଷୀର ଦେଇ ଭଲ ଭାବେ ଗୋଳାନ୍ତୁ। ଏହା ଭଲ ଭାବେ ମିଶିଗଲେ ଏଥିରେ ଚିନି ଓ ବାଦାମ ମିଶାଇ ମଧ୍ୟମ ଆଞ୍ଚରେ ଫୁଟାନ୍ତୁ।

ଘୋଳ ଟିକେ ଗାଢ଼ ହୋଇଗଲେ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏବେ ଏହା ଉପରେ କଟା କାଜୁ ଓ ପିସ୍ତା ପକାଇ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲେ ଏହା ଟିକେ ବସିଯିବ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ବାଦାମ୍ ଫିର୍‌ନି’।  ଆପଣ ଏହାକୁ ଗରମ ଗରମ ଖାଇ ପାରିବେ। ତେବେ ଏହାକୁ ଫ୍ରିଜରେ ରଖି ଟିକେ ଥଣ୍ଡା କରି ଖାଇଲେ ବହୁତ ଭଲ ଲାଗେ।

ପଢନ୍ତୁ: ଘରେ ପ୍ରସ୍ତୁତ କରନ୍ତୁ ‘ଛତୁ ପତ୍ର ପୋଡ଼ା’

ସମ୍ବନ୍ଧିତ ଖବର

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ମାଟି ହାଣ୍ଡି କଙ୍କଡ଼ା’

Ratnamani Maharana

ଏଥର ଦୀପାବଳିରେ ପ୍ରସ୍ତୁତ କରନ୍ତୁ ସ୍ବାଦିଷ୍ଟ ବାଲୁଶାହୀ

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ କଡାଇ ମଟନ୍‌

Ratnamani Maharana

ଆସନ୍ତୁ ପ୍ରସ୍ତୁତ କରିବା ‘ମୂଳା ରାଇତା’

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ପୋଇ ପତ୍ର-ଅଣ୍ଡା ସ୍ୟାଣ୍ଡୱିଚ୍’

Ratnamani Maharana

ଖ୍ରୀଷ୍ଟମାସ ପାର୍ଟି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଭାନିଲା କ୍ରିସେଣ୍ଟ’

Ratnamani Maharana