ବାଲୁଶାହୀ ହେଉଛି ଉତ୍ତର ଭାରତର ଏକ ପାରମ୍ପରିକ ମିଠା। ଏହାକୁ ସାଧାରଣତଃ ବିବାହ ଓ ପର୍ବ ପର୍ବାଣୀରେ ପ୍ରସ୍ତୁତ କରାଯାଏ। ମଇଦା, ଘିଅ, ଚିନି ଓ ଦହିରେ ଏହା ପ୍ରସ୍ତୁତ ହୁଏ। ବାଲୁଶାହୀରେ ଯଦିଓ କ୍ୟାଲୋରୀ ମାତ୍ରା ଅଧିକ ରହିଛି, ତେବେ ଏହା ପାଟିକୁ ବେଶ୍ ସୁଆଦିଆ। ଦୀପାବଳି ଅବସରରେ ଏହାକୁ ଘରେ ପ୍ରସ୍ତୁତ କରି ପ୍ରଶଂସା ସାଉଁଟନ୍ତୁ।
ଆବଶ୍ୟକୀୟ ସାମଗ୍ରୀ:-
ଦେଢ଼ କପ୍ ମଇଦା, ଅଳ୍ପ ଖାଇବା ସୋଡ଼ା, ୨ କପ୍ ଚିନି, ୨ କପ୍ ରିଫାଇନ୍ ତେଲ, ୬ ବଡ଼ ଚାମଚ ଦେଶୀ ଘିଅ, ୫ ବଡ଼ ଚାମଚ ଦହି ଏବଂ ଏକ କପ୍ ପାଣି, ସଜାଇବା ପାଇଁ ପିସ୍ତା ବାଦାମ।
ପ୍ରସ୍ତୁତି ପ୍ରଣାଳୀ:-
ମଇଦାରେ ଖାଇବା ସୋଡ଼ା ଏବଂ ଘିଅ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଦହି ପକାଇ ଭଲ ଭାବେ ନରମ କରି ଚକଟନ୍ତୁ। ଏହାକୁ ଓଦା କପଡ଼ାରେ ଗୁଡ଼ାଇ ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏବେ ଏହି ମଇଦା ମିଶ୍ରଣକୁ ଗୋଲ ଗୋଲ କରନ୍ତୁ। ଏହାକୁ ହାଲୁକା ଭାବେ ଚେପଟା କରି ବରା ଭଳି ମଝି ଅଂଶକୁ ଆଙ୍ଗୁଠିରେ ଚାପି ଦିଅନ୍ତୁ। ଧିମା ଆଞ୍ଚରେ ତେଲ ଗରମ କରନ୍ତୁ। ଏଥିରେ ମଇଦାରେ ପ୍ରସ୍ତୁତ ବରାକୁ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ।
ଆଉ ଏକ ପାତ୍ରରେ ପାଣି ଓ ଚିନି ପକାଇ ଗରମ କରନ୍ତୁ। ଦୁଇ ତୃତୀୟାଂଶ ହେବା ପର୍ଯ୍ୟନ୍ତ ପାଣିକୁ ଫୁଟାଇ ଶିରା ପ୍ରସ୍ତୁତ କରନ୍ତୁ। ଏହି ଶିରାରେ ବାଲୁଶାହୀ ପକାନ୍ତୁ। ଏହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଏପରି ରହିବାକୁ ଦିଅନ୍ତୁ। ୧୦ ମିନିଟ୍ ପରେ ଶିରାରୁ ବାହାର କରି ପିସ୍ତାରେ ସଜାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ବାଲୁଶାହୀ।
1 comment