Recipes & Food

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ”କଦଳୀପତ୍ର ଚିକେନ”

ନନ୍‌ଭେଜ ଆଇଟମ୍‌ ଭିତରେ ସାଧାରଣତଃ ଚିକେନ୍‌କୁ ସମସ୍ତେ ପସନ୍ଦ କରନ୍ତି। ତେଣୁ ଚିକେନର ବିଭିନ୍ନ ପ୍ରକାର ଡିସ୍‌ ପ୍ରସ୍ତୁତ କରାଯାଏ। ହେଲେ ଆପଣ କେବେ କଦଳିପତ୍ର ଚିକେନ ଖାଇଛନ୍ତି କି? ଯଦି ନା, ତେବେ ଆସନ୍ତୁ ଆଜି ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ। ଏହା ଖୁବ୍‌ କମ୍‌ ସମୟରେ ଓ ସହଜରେ ହୋଇଥାଏ।

ଆବଶ୍ୟକ ସାମଗ୍ରୀ 

ଚିକେନ, ହଳଦି, ଲୁଣ, ଗରମ ମସଲା, କଞ୍ଚା ଲଙ୍କା, ଅଦାରସୁଣ ବଟା,  ମରିଚ ଗୁଣ୍ଡ, ଜିରା ଧନିଆ ବଟା,  ତେଲ, କଦଳି ପତ୍ର, ସୁତା, ପାଣି।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନକୁ  ଭଲ ଭାବେ ଧୋଇ ଦିଅନ୍ତୁ।  ଏହାପରେ  ବଟା ମସଲା, ହଳଦି, ଲୁଣ, ଗରମ ମସଲା, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା , ଗୋଟିଏ ଚାମଚ ତେଲ ଦେଇ ଚିକେନକୁ ଭଲ ଭାବେ ଗୋଳାଇ ଦିଅନ୍ତୁ।   କିଛି ସମୟ ତାହାକୁ ଛାଡି ଦିଅନ୍ତୁ। ଏହାପରେ କଦଳି ପତ୍ରରେ ତେଲ ମାରି ତା ଉପରେ  ଚିକେନ ରଖନ୍ତୁ।  ଉକ୍ତ କଦଳି ପତ୍ରକୁ ଭଲ ଭାବେ ଫୋଲଡ୍‌ କରି ସୁତାରେ ବାନ୍ଧି ଦିଅନ୍ତୁ। ଏହାପରେ ଗ୍ୟାସ୍‌ରେ ତାୱା  ଗରମ କରି ସେଥିରେ ଅଳ୍ପ ତେଲ ଦିଅନ୍ତୁ। ଏହାପରେ କଦଳି ପତ୍ରକୁ ତେଲ ଉପରେ ରଖି ଦିଅନ୍ତୁ।

ପ୍ରାୟ ୧୦ ମିନିଟ୍‌ ପରେ ତାହାକୁ ଓଲଟାଇ ଦିଅନ୍ତୁ। କିଛି ସମୟ ପରେ ପୁଣି ଓଲଟପାଲଟ କରି ଦିଅନ୍ତୁ। ଏହାପରେ କଦଳି ପତ୍ରକୁ ନିଆଁରୁ ବାହାର କରି ଦିଅନ୍ତୁ । ଏଥର ଗରମାଗରମ ପରସନ୍ତୁ କଦଳିପତ୍ର ଚିକେନ।

 

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ରାଜସ୍ଥାନୀ ମଖନିଆ ଲସି”

Ratnamani Moharana

ଘରେ ପ୍ରସ୍ତୁତ କରି ଖାଆନ୍ତୁ ‘ଚକୋଲେଟ୍‌ ଆଇସକ୍ରିମ୍‌’

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଭେଜିଟେବଲ୍‌ ଚିକେନ୍‌’

ENO Beuro

Leave a Comment