Loading...

ଆସନ୍ତୁ ପ୍ରସ୍ତୁତ କରିବା ''ବରକୋଳି ଆଚାର''

ଆସନ୍ତୁ ପ୍ରସ୍ତୁତ କରିବା ''ବରକୋଳି ଆଚାର''

ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।

ସାମଗ୍ରୀ :
ବରକୋଳି ପାଚିଲା – ୧ କିଲୋଗ୍ରାମ୍‌
ସୋରିଷତେଲ – ୫୦୦ ମି.ଲି,ଗ୍ରାମ୍‌
ତିନ୍ତୁଳିମଣ୍ଡ – ୨୫୦ ଗ୍ରାମ୍‌
ଗୁଡ – ୫୦୦ଗ୍ରାମ୍‌
ଲୁଣ – ସ୍ଵାଦାନୁସାରେ
ସୋରିଷ ଗୁଣ୍ଡ- ୧୦୦ ଗ୍ରାମ୍‌
ହଳଦୀ- ୨ ୫ ଗ୍ରାମ୍‌
ଧନିଆଗୁଣ୍ଡ- ୧୦୦ ଗ୍ରାମ୍‌
ମେଥଗୁଣ୍ଡ- ୨୦ ଗ୍ରାମ୍‌
ପାନମହୁରି ଗୁଣ୍ଡ – ୧୦୦ ଗ୍ରାମ୍‌
କଳାଜିରା- ୨୦ ଗ୍ରାମ୍‌
ଲଙ୍କାଗୁଣ୍ଡ- ୧୦୦ ଗ୍ରାମ୍‌

ପ୍ରଣାଳୀ :
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ । ମସଲାସବୁ ହାଲକା ଭାଜି ଗୁଣ୍ଡ କରି ରଖନ୍ତୁ । ସୋରିଷତେଲ ଗରମ କରି ଗୁଡ଼ ପକାଇ ପାଗ କରନ୍ତୁ । ପାଗ ହାତକୁ ଟାଣ ଲାଗିଲେ କୋଳି ପକାଇ ମସଲାଗୁଣ୍ଡ ଦେଇ ଭଲକରି ଗୋଳାନ୍ତୁ । ଥଣ୍ଡା ହେଲେ ଜାର୍‌ରେ ଭରି ରଖନ୍ତୁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.