Recipes & Food

ଆଜି ହିଁ ପ୍ରସ୍ତୁତ କରନ୍ତୁ ଗରମାଗରମ ‘ବେସନ ଟୋଷ୍ଟ’

bread

ଆବଶ୍ୟକ ସାମଗ୍ରୀ

ବ୍ରେଡ୍‌, ବେସନ, ଦହି, ସିମ୍‌ଲା ମିର୍ଚ୍ଚ, ଟମାଟୋ, ହଳଦି ପାଉଡର, ଧନିଆ ପାଉଡର, ଧନିଆ ପତ୍ର, ବେକିଂ ସୋଡା, ତେଲ, କଞ୍ଚା ଲଙ୍କା, ଲଙ୍କା ପାଉଡର,ଲୁଣ।

ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅଳ୍ପ ବେସନ ନିଅନ୍ତୁ। ସେଥିରେ ଦହି ପକାନ୍ତୁ ଏବଂ ଟିକେ ପାଣି ଦେଇ ଭଲ ଭାବେ ଗୋଳାନ୍ତୁ। ବେସନ ଭଲ ଭାବେ ମିକ୍ସ ହୋଇଯିବା ପରେ ସେଥିରେ ଲୁଣ, ଧନିଆ ପାଉଡର, କଟା କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ବେକିଂ ସୋଡ଼ା ଏବଂ ହଳଦି ଗୁଣ୍ଡ ପକାଇ ଗୋଳାନ୍ତୁ।

bread

ତାପରେ ବ୍ରେଡ୍‌ ଆଣନ୍ତୁ। ଏବଂ ବେସନ ଲଗାନ୍ତୁ। ଏହାପରେ ତାୱା ଗରମ କରନ୍ତୁ ସେଥିରେ ତେଲ ପକାନ୍ତୁ ଏବଂ ତେଲ ଗରମ ହୋଇଯିବା ପରେ ପ୍ରସ୍ତୁତ ଥିବା ସେହି ବ୍ରେଡ୍‌କୁ ତେଲରେ ପକାଇ କିଛି ସମୟ ରଖନ୍ତୁ।

ଗୋଟେ ପଟ ବେସନ ସେକି ହୋଇଗଲା ପରେ ବ୍ରେଡ୍‌କୁ ଆରପଟକୁ ଲେଉଟାଇ ଖାଲି ଥିବା ବ୍ରେଡ୍‌ ଉପରେ ବେସନ ପକାଇ ସେକନ୍ତୁ।

ବ୍ରେଡ୍‌ର ଦୁଇପଟ ସେକି ହୋଇଯିବା ପରେ ପ୍ଲେଟ୍‌କୁ କାଢି ଖାଆନ୍ତୁ ସ୍ଵାଦିଷ୍ଠ ‘ବେସନ୍‌ ଟୋଷ୍ଟ’।

ପଢନ୍ତୁ;  ଝିଅଙ୍କ କେଶ ସଜ୍ଜାରୁ ଜାଣନ୍ତୁ ସେମାନଙ୍କ ସ୍ଵଭାବ ସମ୍ପର୍କରେ!

Related posts

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ ‘କଡାଇ ଛତୁ’

Ratnamani Moharana

ଆଜି ହିଁ ଘରେ ତିଆରି କରନ୍ତୁ ‘ମଟନ୍‌ ହାଲିମ୍’

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ମଟର କଟଲେଟ

ENO Beuro

Leave a Comment