EnewsOdia.Com

ଆଜି ହିଁ ଟ୍ରାଏ କରନ୍ତୁ ‘ସିଝା ମାଛ ମସଲା’

ଆବଶ୍ୟକୀୟ ସାମଗ୍ରୀ

ମାଛ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ଦହି, ପିଆଜ, ଗରମ ମସଲା ଗୁଣ୍ଡ, ପିଆଜ, ସୋରିଷ ବଟା, ଅଦା-ରସୁଣ ବଟା ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ରଖନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଦା-ରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା, ବସା ଦହି, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ମ୍ୟାରିନେଟ୍‌ କରନ୍ତୁ।ଗ୍ୟାସ୍‌ ଲଗାଇ କଡ଼େଇରେ ପାଣି ଫୁଟାନ୍ତୁ ଏବଂ ସେଥିରେ କିଛି ତେଲ ପକାନ୍ତୁ। ଏହାପରେ ସେହି ପାଣିରେ ପୂର୍ବରୁ ମ୍ୟାରିନେଟ୍‌ ହୋଇ ରହିଥିବା ମାଛକୁ ପକାଇ ଦିଅନ୍ତୁ। ପରେ ସେଥିରେ ଅଦା-ରସୁଣ ବଟା, ଗରମ ମସଲା ଗୁଣ୍ଡ, କଟା ପିଆଜ, ଗୋଟା କଞ୍ଚାଲଙ୍କା ଓ ଅଳ୍ପ ଲୁଣ ପକାଇ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ୫ରୁ ୭ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ମାଛଗୁଡ଼ିକୁ ଲେଉଟାଇ ଦିଅନ୍ତୁ। ଏହାକୁ ଗାର୍ନିସ୍‌ କରିବା ପାଇଁ ଏଥିରେ ଧଣିଆ ପତ୍ର ମଧ୍ୟ ପକାଇ ପାରିବେ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସିଝା ମାଛ ମସଲା। ଏହାକୁ ଗରମ ଗରମ ପରିବେଷଣ କରନ୍ତୁ।

ପଢନ୍ତୁ: ଆସନ୍ତୁ ପ୍ରସ୍ତୁତ କରିବା ‘ମୂଳା ରାଇତା’

ସମ୍ବନ୍ଧିତ ଖବର

ଆଜି ଏହି ଉପାୟରେ ଘରେ ବନାନ୍ତୁ ‘ଧନିଆ ଦମ ଆଳୁ’

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ‘ଷ୍ଟଫ୍‌ଡ୍‌ କୁକୁମ୍ବର୍‌’

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବସାଦହି ମଟନ୍’

Ratnamani Maharana

ଆସନ୍ତୁ ପ୍ରସ୍ତୁତ କରିବା ‘ଛତୁ ପିଜ୍ଜା’

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ମଛଲୀ ଚମନ୍’

Ratnamani Maharana

ଜବରଦସ୍ତ ସ୍ୱାଦର ମଜା ଦେବ ‘ପାଳଙ୍ଗ ଆମଲେଟ’

Ratnamani Maharana