Recipes & Food

ଆସନ୍ତୁ ତିଆରି କରିବା “ପାଉଁରୁଟି ଗୋଲାପ ଜାମୁ”

Gg

ଆବଶ୍ୟକ ସାମଗ୍ରୀ

୮ ଖଣ୍ଡ ପାଉଁରୁଟି, ୪ଟି ଗୁଜୁରାତି ଗୁଣ୍ଡ, ଅଳ୍ପ କିସମିସ, ଗୋଟେ କପ ଚିନି, ଗୋଟେ କପ ମଲାଇ କ୍ଷୀର, ଛଣିବା ପାଇଁ ତେଲ।

ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ଗୋଲାପ ଜାମୁ ତିଆରି କରିବା ପାଇଁ ପାଉଁରୁଟି ଖଣ୍ଡକୁ ଗୁଣ୍ଡ କରି ସେଥିରେ ଅଳ୍ପ କ୍ଷୀର ଦେଇ ଅଟା ଚକଟିଲା ପରି ଚକଟିଦିଅନ୍ତୁ। ପାଉଁରୁଟିକୁ କେବଳ କ୍ଷୀରରେ ହିଁ ଚକଟିବେ। ଏବେ ଶେଠରେ ଗୁଜୁରାତି ଗୁଣ୍ଡ ଦେଇ ଚକତି ପୁରା ନରମ କରି ଦିଅନ୍ତୁ। ଚକତାରୁ ଅଳ୍ପ ଅଳ୍ପ ହାତରେ ନେଇ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଏହା ମଝିରେ ପୁରା ଦେବାପରି କିସ୍ମିସକୁ ଦେଇ ଗୋଲ କରି ରଖି ଦିଅନ୍ତୁ। ଏବେ ସିରା ପ୍ରସ୍ତୁତ ପାଇଁ ପ୍ରଥମେ କଡେଇରେ ଗୋଟେ କପ ଚିନି ଲାଗି ଦୁଇ କପ ପାଣି ଦିଅନ୍ତୁ। ପାଣି ଫୁଟିବା ପରେ ସେଥିରେ ଚିନି ପକେଇ ଗୋଳେଇ ଦିଅନ୍ତୁ। ଚିନି ପୁରା ମିଳାଇ ଗଲେ ଗ୍ୟାସ କମ କରି କିଛି ସମୟ ବସେଇ ଦିଅନ୍ତୁ। ଏବେ ଚିନିସିରାରେ ଗୁଜୁରାତି ମିଶାଇ ଆଉ ପାଞ୍ଚମିନିଟ ଫୁଟିବା ପାଇଁ ଛାଡି ଦିଅନ୍ତୁ। ବର୍ତମାନ ଆଉ ଏକ କଡାଇରେ ତେଲ ଗରମ କରି ସେଥିରେ ଗୁଳା ଗୁଡିକ ଛାଣନ୍ତୁ। ଏବେ ଏହା ସୁନେଲି ରଙ୍ଗ ହୋଇଗଲେ ପାଉଁରୁଟି ଗୁଳାକୁ ବାହାରକୁ ବାହାର କରିଦିଅନ୍ତୁ। ଏବେ ସିରା ଅଠାଳିଆ ଲାଗିଆସିଲେ ଏହାକୁ ସେଥିରେ ପକାଇ କିଛି ସମୟ ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଥଣ୍ଡା ହୋଇଗଲେ ପାଉଁରୁଟି ଗୋଲାପଜାମୁ ପରିବାରର ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ।

ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ମଟନ କିମା”

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ମେଥି ଚିଙ୍ଗୁଡ଼ି’, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଠ କାଶ୍ମୀରି ଚିକେନ୍‌ ପଲଉ

ENO Beuro

ଆସନ୍ତୁ ଘରେ ପାଞ୍ଚ ମିନିଟରେ ବନେଇବା “ୟପି ପିଜ୍ଜା”

Ratnamani Moharana

Leave a Comment