Loading...

ଆସନ୍ତୁ ଆଜି ପ୍ରସ୍ତୁତ କରିବା ପାଉଁରୁଟିରୁ ପ୍ରସ୍ତୁତ ଏକ ମିଠା " ପାଉଁରୁଟି ମାଲପୁଆ"

ଆସନ୍ତୁ ଆଜି ପ୍ରସ୍ତୁତ କରିବା ପାଉଁରୁଟିରୁ ପ୍ରସ୍ତୁତ ଏକ ମିଠା " ପାଉଁରୁଟି ମାଲପୁଆ"

ପ୍ରଥମେ ପାଉଁରୁଟିକୁ  କିଛି ସମୟ ପାଣିରେ  ଭିଜାଇ ରଖନ୍ତୁ। ଏବେ ମଇଦା, ପାଚିଲା କଦଳୀ ପକାଇ ଏକାଠି ଭଲ ଭାବେ ଚକଟି ଦିଅନ୍ତୁ।

ପ୍ରସ୍ତୁତି ସାମଗ୍ରୀ -
ପାଉଁରୁଟି ୫/୬ ପିସ , ମଇଦା ୧୦୦ ଗ୍ରାମ , ଛାଣିବା ପାଇଁ ରିଫାଇନ ତେଲ , ପାଚିଲା କଦଳୀ ୨ ଟି , ଗୁଜୁରାତି  ୨ଟି ,   ଚିନି ୧୦୦ ଗ୍ରାମ , ଗୁଲମରିଚ ଗୁଣ୍ଡ ଅଧା ଚାମଚ , ପାନ ମହୁରୀ ୧ ଚାମଚ , କିଛି କାଜୁ ଓ କିସମିସ      
ପ୍ରଣାଳୀ –.
ପ୍ରଥମେ ପାଉଁରୁଟିକୁ  କିଛି ସମୟ ପାଣିରେ  ଭିଜାଇ ରଖନ୍ତୁ। ଏବେ ମଇଦା , ପାଚିଲା କଦଳୀ ପକାଇ ଏକାଠି ଭଲ ଭାବେ ଚକଟି ଦିଅନ୍ତୁ। ପାନ ମହୁରୀ , ଗୋଲମରିଚ ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ଏକାଠି ମିଶାଇ ଦିଅନ୍ତୁ । ଏବେ କରେଇରେ ତେଲ ଗରମ କରି ଏହାକୁ ଗୋଲ ଗୋଲ କରି ଛାଣି ଦିଅନ୍ତୁ ।
ଏହାକୁ ଚିନି ସିରା କରି କିଛି ସମୟ ପକାଇ ରଖି ଖାଇବାକୁ ଦେଇପାରିବେ କିମ୍ବା ବିନା ଚିନି ସିରାରେ ମଧ୍ୟ ଖାଇ ପାରିବେ । ଏହା ଉପରେ କାଜୁ ସ୍ଲାଇସ ଓ କିସମିସ ସଜାଇ ପରସନ୍ତୁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.