Loading...

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ବୁନ୍ଦିଆ ଖିରି’

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ବୁନ୍ଦିଆ ଖିରି’

ପ୍ରଥମେ ପାଣି ଦେଇ ବେସନକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ଏହାକୁ ଜାଲି ଚଟୁ ସାହାଯ୍ୟରେ ଗରମ ଘିଅରେ ଛାଣି ବୁନ୍ଦି ପ୍ରସ୍ତୁତ କରନ୍ତୁ।

ଅଳ୍ପ ସାମଗ୍ରୀ ଓ କମ ସମୟରେ ପରସନ୍ତୁ ବୁନ୍ଦିଆ ଖିରୀ। ପିଲାଠୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଖାଦ୍ୟ। କେବଳ ଠାରେ ପ୍ରସ୍ତୁତ କରନ୍ତୁ ଏହି ଖାଦ୍ୟ।

ଆବଶ୍ୟକ ସାମଗ୍ରୀ

କ୍ଷୀର, ଚିନି, ଗୁଆ ଘିଅ, ବେସନ, ଛେନା, ଗୁଜୁରାତି।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପାଣି ଦେଇ ବେସନକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ଏହାକୁ ଜାଲି ଚଟୁ ସାହାଯ୍ୟରେ ଗରମ ଘିଅରେ ଛାଣି ବୁନ୍ଦି ପ୍ରସ୍ତୁତ କରନ୍ତୁ। ଏହା ପରେ ଅଳେଇଚକୁ ଛେଚି ରଖନ୍ତୁ। ଅନ୍ୟ ଏକ ପାତ୍ରରେ କ୍ଷୀରକୁ ଗରମ କରନ୍ତୁ। କ୍ଷୀର ଗରମ ହୋଇଗଲା ପରେ ସେଥିରେ ଚିନି ପକାନ୍ତୁ। କ୍ଷୀର ଓ ଚିନିକୁ ଆଉଟି ଆଉଟି ଅଧା କରନ୍ତୁ।

ଏଥିରେ ପୂର୍ବରୁ ଛଣା ହୋଇ ରହିଥିବା ବୁନ୍ଦିଆକୁ ଦରକାର ଅନୁଯାୟୀ ପକାନ୍ତୁ। ବୁନ୍ଦିଆକୁ କ୍ଷୀରରେ ବଡ଼ ଚାମଚ ସାହାଯ୍ୟରେ ଚାପି ଚାପି ଦିଅନ୍ତୁ। ଶେଷରେ ଅଳେଇଚ ଓ ଛେନା ପକାନ୍ତୁ ଏବଂ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ଚୁଲିରୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ବୁନ୍ଦିଆ ଖିରି’।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.