Loading...

ଘରେ ତିଆରି କରନ୍ତୁ ‘ଚିଜି କର୍ଲିଫ୍ଲାୱାର’

ଘରେ ତିଆରି କରନ୍ତୁ ‘ଚିଜି କର୍ଲିଫ୍ଲାୱାର’

ଫୁଲ କୋବି ତରକାରୀ ତ ସମସ୍ତେ ଖାଇଥିବେ। ଏଠାରେ ଆଜି ଚିଜି କର୍ଲିଫ୍ଲାୱାରର ରେସିପି ଦିଆଯାଇଛି। ଯାହାକୁ ଘରେ ବହୁତ ସହଜରେ ତିଆରି କରାଯାଇପାରିବ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

ଫୁଲ କୋବି ତରକାରୀ ତ ସମସ୍ତେ ଖାଇଥିବେ। ଏଠାରେ ଆଜି ଚିଜି କର୍ଲିଫ୍ଲାୱାରର ରେସିପି ଦିଆଯାଇଛି। ଯାହାକୁ ଘରେ ବହୁତ ସହଜରେ ତିଆରି କରାଯାଇପାରିବ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

 

ଆବଶ୍ୟକୀୟ ସାମଗ୍ରୀ 

୧ଟା ଫୁଲକୋବି, ୧ କପ୍‌ ଚିଜ୍‌, ୧ଟା ପିଆଜ, ଅଧ ଟେବଲସ୍ପୁନ୍‌ ଅଲିଭ୍‌ ଅଏଲ, ୧ଟା ଟମାଟୋ, ୧ଟା କ୍ୟାପ୍‌ସିକମ୍‌, ୧ଟା ଆଭାକୋଡ୍‌, ଅଧ ଟେବଲସ୍ପୁନ୍‌ ଜିରା, ଅଧ ଚାମଚ ଲଙ୍କା ଗୁଣ୍ଡ, ଅଧ ଟେବଲସ୍ପୁନ୍‌ ରସୁଣ ପାଉଡର, ସ୍ବାଦାନୁସାରେ ଲୁଣ, ୪ ଚାମଚ କଟା ଧନିଆ।

ପ୍ରସ୍ତୁତି ପ୍ରଣାଳୀ 

ଚିଜି କର୍ଲିଫ୍ଲାୱାର ତିଆରି କରିବା ଲାଗି ସର୍ବପ୍ରଥମେ କୋବିକୁ ଛୋଟ ଛୋଟ କରି କାଟି ଅଲଗା ରଖନ୍ତୁ। କାଟିବା ପରେ କୋବିକୁ ବେକିଂ ସିଟ୍‌ ଉପରେ ରଖନ୍ତୁ। ଏହା ଉପରେ ଅଲିଭ୍‌ ଅଏଲ୍‌ ଲଗାଇ ଜିରା ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ ଓ ରସୁଣ ପାଉଡର ସିଞ୍ଚନ୍ତୁ। ଓଭାନକୁ ୪୫୫ ଡିଗ୍ରୀରେ ପ୍ରିହିଟ୍‌ କରନ୍ତୁ। ଏବେ ବେକିଂ ସିଟ୍‌କୁ ଓଭାନ୍‌ରେ ରଖି କୋବି ସମ୍ପୂର୍ଣ୍ଣ ଭାବେ କ୍ରିସ୍‌ପି ଓ ଗୋଲ୍ଡେନ୍‌ ହେବା ଯାଏ ବେକ୍‌ କରନ୍ତୁ। ଏହାପରେ ବେକିଂ ଟ୍ରେକୁ ଓଭାନ୍‌ରୁ ବାହାର କରି ଉପରେ କଟା ପିଆଜ, ଟମାଟୋ, କ୍ୟାପ୍‌ସିକମ୍‌ ଓ କଟା ଧନିଆ ପତ୍ର ପକାଇ ଉପରେ ସଜାନ୍ତୁ। ସବା ଶେଷରେ ଉପରେ ଚିଜ୍‌ ପକାଇ ଏହା ତରଳିବା ଯାଏ ଓଭାନ୍‌ରେ ଗରମ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଜି କର୍ଲିଫ୍ଲାୱାର। ପରଷିବାବେଳେ ଉପରେ କଟା ଧନିଆ ପତ୍ରରେ ସଜାନ୍ତୁ। ଏହାକୁ ସନ୍ଧ୍ୟା ସମୟରେ ଇଭିନିଂ ସ୍ନାକ୍‌ସ ଭାବେ ଏନ୍‌ଜୟ କରିପାରିବେ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.