EnewsOdia.Com

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ଚେତ୍ତିନାଦ ଚିକେନ୍‌”

ଚେତ୍ତିନାଦ ଚିକେନ୍‌ ଏକ ଲୋକପ୍ରିୟ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ, ଯାହାକୁ କିଛି ବିଶେଷ ଅବସରରେ ତିଆରି କରାଯାଏ। ଅନେକ ଗୁଡ଼ିଏ ମସଲା ପକାଇ ତିଆରି କରାଯାଉଥିବା ଏହି ଚିକେନ୍‌ ରେସିପି ବହୁତ ସ୍ବାଦିଷ୍ଟ ଓ ସ୍ପାଇସି। ଦକ୍ଷିଣ ଭାରତରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଏହାର ସ୍ବାଦ ଭିନ୍ନ ଭିନ୍ନ ହୋଇଥାଏ। ଚେତ୍ତିନାଦ ଚିକେନ୍‌ର ଗ୍ରେଭି ମୋଟା ହୋଇଥାଏ, ଯାହା ଭାତ ଓ କ୍ରିସ୍ପି ଦୋସା ସହିତ ସ୍ବାଦିଷ୍ଟ ଲାଗିଥାଏ। ଆପଣ ନିଜ ହିସାବରେ ଏହି ରେସିପିରେ କିଛି ପରିବର୍ତ୍ତନ ମଧ୍ୟ କରିପାରିବେ। ଏହାକୁ ଅଧିକ ସ୍ବାସ୍ଥ୍ୟକର କରିବା ଲାଗି ସୋରିଷ ତେଲ ବଦଳରେ ନଡ଼ିଆ ତେଲ ମଧ୍ୟ ବ୍ୟବହାର କରିପାରିବେ।

ଆବଶ୍ୟକୀୟ ସାମଗ୍ରୀ

୬୦୦ ଗ୍ରାମ୍‌ ଚିକେନ୍‌, ୧୨ ଗ୍ରାମ୍‌ ରସୁଣ, ୧ଖଣ୍ଡ କ୍ରସ୍‌ଡ ଡାଳଚିନି , ଭୃସଙ୍ଗ ପତ୍ର, ୨ ଟେବଲସ୍ପୁନ୍‌ ଭେଜିଟେବଲ ତେଲ, ଅଧ ଚାମଚ ଲଙ୍କା ଗୁଣ୍ଡ, ତିନି ଚତୁର୍ଥାଂଶ ଟେବଲସ୍ପୁନ୍‌ ଧନିଆ ଗୁଣ୍ଡ, ୧୫୦ ଗ୍ରାମ୍‌ କଟା ପିଆଜ, ୨ ଇଞ୍ଚର ଖଣ୍ଡେ ଅଦା, ତିନି ଚତୁର୍ଥାଂଶ ଟେବଲସ୍ପୁନ୍‌ ପାନମଧୁରୀ, ୨ ଚିମୁଟା ଚିନି, ୨ ଚିମୁଟା ଗୋଲମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ

ଚେତ୍ତିନାଦ ଚିକେନ୍‌ ରେସିପି ତିଆରି କରିବା ଲାଗି ସର୍ବପ୍ରଥମେ ଚିକେନ୍‌କୁ ପାଣିରେ ଧୋଇ ସଫା କରି ନିଅନ୍ତୁ। ଚିକେନ୍‌କୁ ନରମ କରିବା ଲାଗି ଏହାକୁ ଲୁଣ ଓ ହଳଦୀ ପକାଇ ପାଣିରେ ଭିଜାଇ ରଖନ୍ତୁ। ଏହା ପରେ ଚିକେନ୍‌ରୁ ଅତିରିକ୍ତ ପାଣି ବାହାର କରି ଦିଅନ୍ତୁ। ଏହାଫଳରେ ଚିକେନ୍‌ ନରମ ହେବା ସହିତ ବହୁତ କମ୍‌ ସମୟରେ ସିଝିଯିବ। ଏବେ କଡ଼େଇରେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ଏଥିରେ ଡାଳଚିନି, ପାନ ମଧୁରୀ ପକାଇ ଏକ ମିନିଟ୍‌ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ, ଏକ ଚିମୁଟା ଲୁଣ ଓ ଭୃସଙ୍ଗ ପତ୍ର ପକାନ୍ତୁ। ପିଆଜର ରଙ୍ଗ ଗୋଲ୍ଡେନ୍‌ ହେବା ଯାଏ ଏହାକୁ ଭାଜନ୍ତୁ। ଏବେ ଏଥିରେ ଚିକେନ୍‌ ପକାଇ ଧିରେ ଧିରେ ୫ ମିନିଟ୍‌ ଯାଏ ଗୋଳାନ୍ତୁ। ମସଲା ଓ ଚିନି ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ, ଯାହାଫଳରେ ଚିକେନ୍‌ରେ ଭଲ ଭାବେ ମସଲା ମିଶିଯିବ। ଏହାକୁ ୧୦ ମିନିଟ୍‌ ଯାଏ ସିଝାନ୍ତୁ।

ଏବେ ଏହି ମିଶ୍ରଣରେ ଅଧ କପ୍‌ ପାଣି ଦେଇ ଭଲ ଭାବେ ଘାଣ୍ଟନ୍ତୁ। ଯଦି ଦରକାର ହୁଏ ଆହୁରି ମସଲା ଓ ଲୁଣ ପକାଇପାରିବେ। ଏହାକୁ ଘୋଡ଼ାଇ ଆହୁରି ୧୫ରୁ ୨୦ ମିନିଟ୍‌ ସିଝାନ୍ତୁ। ଦରକାର ପଡ଼ିଲେ ଆହୁରି ପାଣି ମଧ୍ୟ ଦେଇପାରିବେ। ତେବେ ଗ୍ରେଭି ପତଳା ନ ହୋଇ ମୋଟା ରହିବା ଦରକାର। ପ୍ରସ୍ତୁତ ହୋଇଗଲା ଚେତ୍ତିନାଦ ଚିକେନ୍‌। ଏହାକୁ ଭୃସଙ୍ଗ ପତ୍ରରେ ସଜାଇ ଭାତ, ପରଠା, ଉତ୍ତପମ ସହିତ ଗରମ ଗରମ ପରଷନ୍ତୁ।

ପଢନ୍ତୁ: ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଲାବ୍ରାଡର

ସମ୍ବନ୍ଧିତ ଖବର

ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ବାଦାମ୍ ଫିର୍‌ନି’

Ratnamani Maharana

ଖ୍ରୀଷ୍ଟମାସ ପାର୍ଟି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଭାନିଲା କ୍ରିସେଣ୍ଟ’

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ସାହି ମସ୍‌ରୁମ୍‌’

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ-କେକ୍

Ratnamani Maharana

ଜଳଖିଆରେ ପ୍ରସ୍ତୁତ କରନ୍ତୁ ‘ସିମେଇ କେଶରୀ’

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘କରାରେ ଆଳୁ’

Ratnamani Maharana