Loading...

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ''ଚିକେନ୍ କେସରୋଲ୍''

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ''ଚିକେନ୍ କେସରୋଲ୍''

ଏକ ପ୍ୟାନରେ ବଟର ଗରମ କରନ୍ତୁ ବର୍ତ୍ତମାନ ପ୍ୟାନରେ ବୋନଲେସ ଚିକେନ୍ ଖଣ୍ଡ ମିଶାଇ ପ୍ରାୟ ୧୦ମିନିଟ୍ ପାଇଁ ରାନ୍ଧନ୍ତୁ ବର୍ତ୍ତମାନ ଚିକେନ୍ ଖଣ୍ଡଗୁଡ଼ିକୁ ଫ୍ଲିପ୍ କରନ୍ତୁ ଏବଂ ୫ ମିନିଟ୍ ଅଧିକ ରାନ୍ଧନ୍ତୁ ଏକ ଥାଳିରେ ରନ୍ଧା ହୋଇଥିବା ଚିକେନ୍ ଖଣ୍ଡଗୁଡ଼ିକୁ ବାହାର କରନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ: 
୫୦୦ଗ୍ରାମ ଚିକେନ୍ ବୋନଲେସ୍
୨ ଚାମଚ ମଇଦା
୧/୨କପ୍ କଟା ଛତୁ
୮ ଟି ଚେରି ଟମାଟୋ
୪ଟେବୁଲ ଚାମଚ ଗୋଲମରିଚ
୧/୨ଟେବୁଲ୍ ଚାମଚ ଓରେଗାନୋ
୪ କୋଲା ଛେଚା ରସୁଣ
୩ ଟେବୁଲ୍ ଚାମଚ ବଟର
୫୦୦ ମିଲି କ୍ଷୀର
୧୦୦ ଗ୍ରାମ ପାଳଙ୍ଗ ଶାଗ
ସ୍ବାଦଅନୁଯାୟୀ ଲୁଣ
୧/୨ ଟେବୁଲ୍ ଚାମଚ ଚିଲି ଫ୍ଲେକ୍
୨ଗ୍ରେଟେଡ୍ ପନିର କ୍ୟୁବ୍
୧ କପ୍ ଫୁଟାଯାଇଥିବା ହକ୍କା ନୁଡୁଲ୍ସ

ପ୍ରସ୍ତୁତି ପ୍ରଣାଳୀ: 
ଏକ ପ୍ୟାନରେ ବଟର ଗରମ କରନ୍ତୁ ବର୍ତ୍ତମାନ ପ୍ୟାନରେ ବୋନଲେସ ଚିକେନ୍ ଖଣ୍ଡ ମିଶାଇ ପ୍ରାୟ ୧୦ମିନିଟ୍ ପାଇଁ ରାନ୍ଧନ୍ତୁ ବର୍ତ୍ତମାନ ଚିକେନ୍ ଖଣ୍ଡଗୁଡ଼ିକୁ ଫ୍ଲିପ୍ କରନ୍ତୁ ଏବଂ ୫ ମିନିଟ୍ ଅଧିକ ରାନ୍ଧନ୍ତୁ ଏକ ଥାଳିରେ ରନ୍ଧା ହୋଇଥିବା ଚିକେନ୍ ଖଣ୍ଡଗୁଡ଼ିକୁ ବାହାର କରନ୍ତୁ । ଏହାପରେ କ୍ଷୀର ସ୍ଲୁରି ପ୍ରସ୍ତୁତ କରନ୍ତୁ । ଏବେ ବଳକା ବଟରରେ ଛେଚା ରସୁଣ ଏବଂ କଟା ମଶରୁମ୍ ପକାନ୍ତୁ । ୩-୪ ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ ଏଥତ୍ରେ ମଇଦା ମିଶାନ୍ତୁ ଏବଂ ଏକ ମିନିଟ୍ ପାଇଁ ଭାଜନ୍ତୁ । ବର୍ତ୍ତମାନ ପ୍ୟାନରେ କ୍ଷୀର ଢ଼ାଳନ୍ତୁ ଏବଂ ଏହାକୁ ୬-୭ ମିନିଟ୍ ପାଇଁ ରାନ୍ଧନ୍ତୁ ଲୁଣ ଏଥରେ ପକାନ୍ତୁ ସିଝା ନୁଡୁଲ୍ସ, ଗ୍ରେଟେଡ୍ ପନିର, ଗୋଲମରିଚ ଗୁଣ୍ଡ, ଲାଲ୍ ଚିଲି ଫ୍ଲେକ୍ ଏବଂ ଓରେଗାନୋ ମଧ୍ୟ ମିଶାନ୍ତୁ ୨୩ ମିନିଟ୍ ଅଧିକ ରାନ୍ଧନ୍ତୁ । ଏହାପରେ ପାଳଙ୍ଗ ଏବଂ ଟମାଟୋ ମିଶାନ୍ତୁ।
ବର୍ତ୍ତମାନ ରନ୍ଧା ହୋଇଥିବା ଚିକେନ୍ ଖଣ୍ଡକୁ ପାଳଙ୍ଗ ପତ୍ର ସହିତ ମିଶାଇ ୨ମିନିଟ୍ ପାଇଁ ରାନ୍ଧନ୍ତୁ । ଚେରି ଟମାଟୋକୁ ଅଧା କରି କାଟି ପ୍ୟାନରେ ମଧ୍ୟ ମିଶାନ୍ତୁ ପାଞ୍ଚ ମିନିଟ୍ ପାଇଁ ରାନ୍ଧନ୍ତୁ ।
ଏହାପରେ ପ୍ୟାନକୁ ବନ୍ଦ କରି ମିଶ୍ରଣକୁ ଏକ ପାତ୍ରରେ ମିଶାନ୍ତୁ ଫଏଲ୍ ସହିତ ଘୋଡାନ୍ତୁ ଏବଂ ୧୮୦ ଡିଗ୍ରୀ ସେଲସିୟସରେ ୨୦ ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ ଏହାପରେ ହୋଇଗଲା ଚିକେନ୍ କ୍ୟାସରୋଲ ଖାଆନ୍ତୁ ଏବଂ ଖୁଆନ୍ତୁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.