Recipes & Food

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ଚିକେନ୍‌ କୁର୍‌ମା ପଲାଉ

pullao

ଆବଶ୍ୟକ ସାମଗ୍ରୀ

ଚିକେନ୍, ଚାଉଳ, ଜିରା, ଡାଲଚିନି,କଟା ପିଆଜ, କଟା କଞ୍ଚା ଲଙ୍କା, ଧନିଆ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, କିସ୍‌ମିସ୍, ଗୁଜୁରାତି, ଗୋଲମରିଚ ଗୁଣ୍ଡ, ଆଦା-ରସୁଣ ବଟା, ଦହି ଓ ଘିଅ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚାଉଳକୁ ଭଲ ଭାବେ ଧୋଇ ଦେଇ ୩୦ ମିନିଟ ବତୁରାଇ ଦିଅନ୍ତୁ। ଚିକେନକୁ ଭଲଭାବେ ଧୋଇକି ରଖନ୍ତୁ। ଏହା ପରେ ଏକ ପାତ୍ରରେଗୋଟିଏ କପ୍‌ ଦହିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ।

ଏବେ କଢେଇରେ ଘିଅ ଗରମ କରନ୍ତୁ। ଗରମ ହେଲା ପରେ ଏଥିରେ ଡାଲ୍‌ଚିନି,ଗୁଜୁରାତି, କଟା ପିଆଜ ଓ ଲବଙ୍ଗ ପକାନ୍ତୁ। କିଛି ସମୟ ପରେ ଏଥିରେ ଅଦା- ରସୁଣ ବଟା ଓ କଟା କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଦହିର ଘୋଳକୁ ପକାଇ ଦୁଇ ମିନଟ ଯାଏଁ ଫୁଟାନ୍ତୁ। ପରେ ଏଥିରେ ଚିକେନ ପକାନ୍ତୁ।

ବର୍ତ୍ତମାନ ଏଥିରେ ଅଳ୍ପ ଲୁଣ ପକାଇ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ଚିକେନ୍‌ ଅଳ୍ପ ସିଝିଗଲା ପରେ ଏଥିରେ ଚାଉଳ ପକାଇ ଚୁଲିର ଆଞ୍ଚ କମ୍‌ କରି ଘୋଡ଼ାଇ ଦିଅନ୍ତୁ। ଚାଉଳ ସିଝିଗଲେ ଚୁଲି ବନ୍ଦ କରିଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଚିକେନ କୁର୍‌ମା ପଲାଉ।

ପଢନ୍ତୁ; ସାବଧାନ ପାକିସ୍ତାନ! ଆତଙ୍କବାଦୀଙ୍କୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ସାଉଥ୍‌ ଇଣ୍ଡିଆନ୍‌ ଭେଜ୍‌ ପନିୟାରମ୍‌

Ratnamani Moharana

ଘରେ ପ୍ରସ୍ତୁତ କରନ୍ତୁ ପାଳଙ୍ଗ ବରା

ENO Beuro

ଘରେ ପ୍ରସ୍ତୁତ କରନ୍ତୁ କଦଳୀର ଚଟପଟା ଚିପ୍ସ

ENO Beuro

Leave a Comment