EnewsOdia.Com

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ଚିକେନ୍ ରୋଷ୍ଟ’

ଆବଶ୍ୟକୀୟ ସାମଗ୍ରୀ

ଚିକେନ୍ – ୧ କେ.ଜି., ଲଙ୍କା ଗୁଣ୍ଡ – ୨ ଟେବୁଲ ଚାମଚ, ହଳଦୀ ଗୁଣ୍ଡ – ୧ ଟେବୁଲ ଚମଚ, ଲୁଣ – ସ୍ୱାଦ ଅନୁସାରେ (୧ ଟେବୁଲ ଚମଚ), ପିଆଜ଼ – ୬ ଟି, ଭ୍ରୁସଙ୍ଗ ପତ୍ର -୮ – ୧୦ ଟି, କଞ୍ଚା ଲଙ୍କା – ୪ ଟି, ଅଦା ବଟା – ୧ ଟେବୁଲ ଚମଚ, ରସୁଣ ବଟା – ୧ ଟେବୁଲ ଚମଚ, ଲଙ୍କା ଗୁଣ୍ଡ – ୨ ଟେବୁଲ ଚାମଚ, ଧଣିଆ ଗୁଣ୍ଡ – ୩ .୫ ଟେବୁଲ ଚାମଚ, ପାନ ମହୁରୀ ଗୁଣ୍ଡ -୨ ଟେବୁଲ ଚାମଚ, ଗରମ ମସଲା – ୧ ଟେବୁଲ ଚାମଚ, ଟମାଟୋ – ୪ ଟି (ମଧ୍ୟମ ), ଧଣିଆ ପତ୍ର – ୧ କପ, ସୋରିଷ ତେଲ- ୩ ଟେବୁଲ ଚାମଚ, ଘିଅ – ୧\୨ ଟେବୁଲ ଚାମଚ, ଧଣିଆ ପତ୍ର – ଅଳ୍ପ କିଛି , କାଜୁ – ୨ ଟେବୁଲ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କାଜୁକୁ ଘିଅରେ ଭାଜି ନିଅନ୍ତୁ। ଚିକେନ୍ କୁ ଭଲ ଭାବରେ ଧୋଇ ଏଥିରେ ଲଙ୍କା ଗୁଣ୍ଡ, ଲୁଣ ଓ ହଳଦୀ ଗୋଳାଇ ଅତି କମରେ ଘଣ୍ଟାଏ ଏକ ପାତ୍ରରେ ରଖନ୍ତୁ । କରେଇରେ ତେଲ ଗରମ କରନ୍ତୁ । ଏବେ ଭ୍ରୁସଙ୍ଗ ପତ୍ର, କଟା ପିଆଜ, କଞ୍ଚା ଲଙ୍କା ଓ କିଛି ଲୁଣ ପକାନ୍ତୁ । ଲୁଣ ପିଆଜରେ ଥିବା ଆର୍ଦ୍ରତା କୁ ଶୋଷି ନେଇ ଯାହା ଦ୍ୱାରା ପିଆଜକୁ ରାନ୍ଧିବାକୁ କମ ସମୟ ଲାଗେ । ପିଆଜ ଭାଜି ବାଦାମୀ ରଙ୍ଗ ହୋଇ ଆସିଲେ, ଅଦା ଓ ରସୁଣ ପେଷ୍ଟ ପକାଇ ଭଲ କରି ମିଶାନ୍ତୁ । ଲଙ୍କା ଗୁଣ୍ଡ, ଧଣିଆ ଗୁଣ୍ଡ, ପାନ ମହୁରୀ ଗୁଣ୍ଡ ଏବଂ ଗରମ ମସଲା ଗୁଣ୍ଡ ଭଲକରି ମିଶାଇ କସନ୍ତୁ । ଯଦି ତେଲ ଆବଶ୍ୟକ ପଡେ ଆବଶ୍ୟକ ଅନୁସାରେ ମିଶାନ୍ତୁ । ଏହାପରେ କଟା ବିଲାତି ପକାଇ କସନ୍ତୁ । ବିଲାତି ଭଲ ଭାବେ ରାନ୍ଧି ହୋଇଯିବା ପରେ, ଗ୍ରେଭୀ ରେ ନିଜ ସ୍ୱାଦ ଅନୁଯାୟୀ ଲୁଣ ବ୍ୟବହାର କରିପାରିବେ । ଏବେ ମାରିନେଟ୍ ହୋଇ ରହିଥିବା ଚିକେନ୍ ଖଣ୍ଡ ଗୁଡିକୁ ଏଥିରେ ମିଶାନ୍ତୁ । ପରେ କିଛି କଟା ଧଣିଆ ପତ୍ର ପକାନ୍ତୁ । ଗ୍ରେଭୀ ରୁ ପାଣି ନ ମରିବା ଯାଏ ଚିକେନ୍ କୁ ରାନ୍ଧନ୍ତୁ । ଆପଣ ଚାହିଁଲେ ନିଜ ପସନ୍ଦ ମୁତାବକ ଗ୍ରେଭୀ ରଖି ପାରିବେ । ଯଦି ଆପଣ ଡ୍ରାଏ ରୋଷ୍ଟ ଚାହୁଁଥାନ୍ତି ତେବେ ଏହାକୁ ଅଧିକ ସମୟ ରାନ୍ଧି ପାରନ୍ତି । ୧ ରୁ ୨ ଟେବୁଲ ଚାମଚ ତେଲ ବ୍ୟବହାର କରିପାରିବେ ଯଦି ଆବଶ୍ୟକ ପଡେ । ରନ୍ଧା ହୋଇ ସାରିବା ପରେ ଚିକେନ୍ ରୋଷ୍ଟ କୁ ଏକ ପାତ୍ରରେ ନେଇ ଏଥିରେ କଟା ଧଣିଆ ପତ୍ର ଓ ଭଜା କାଜୁ ସଜାଇ ପରସନ୍ତୁ ।

ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବାଉଁଶ ମାଛ ବେସର’

ସମ୍ବନ୍ଧିତ ଖବର

ଘରେ ତିଆରି କରନ୍ତୁ ସ୍ଵାଦିଷ୍ଟ ‘ତନ୍ଦୁରୀ ପାମ୍ପଲେଟ୍’

Ratnamani Maharana

ଆସନ୍ତୁ ପ୍ରସ୍ତୁତ କରିବା ସ୍ଵାଦିଷ୍ଟ ‘ପୋହଳା ବେସର’

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ପୋଇ ପତ୍ର-ଅଣ୍ଡା ସ୍ୟାଣ୍ଡୱିଚ୍’

Ratnamani Maharana

ଆସନ୍ତୁ ତିଆରି କରିବା ଭଦ୍ରକର ପ୍ରସିଦ୍ଧ ‘ପାଳୁଅ ଲଡ଼ୁ’

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘କଦଳୀ ପତ୍ର ଚିକେନ୍‌’

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଲ୍କ-କେକ୍

Ratnamani Maharana