Loading...

ଆସନ୍ତୁ ପ୍ରସ୍ତୁତ କରିବା ''ଚିକେନ ସୁପ''

ଆସନ୍ତୁ ପ୍ରସ୍ତୁତ କରିବା ''ଚିକେନ ସୁପ''

ପ୍ରଥମେ ଗ୍ୟାସ ଲଗାଇ କୁକର ବସାନ୍ତୁ। କୁକରରେ ଚିକେନ, ରସୁଣ , କଟା ପିଆଜ, ପାଣି ଦେଇ ଏହାକୁ ଧିମା ଆଞ୍ଚରେ ସିଝାନ୍ତୁ। ସିଝିବା ପରେ ଏଥିରେ ଥିବା ପାଣିକୁ ଛାଣି ଦେଇ ସିଝା ଚିକେନକୁ ଏକ ପାତ୍ରରେ ରଖନ୍ତୁ।

ଆବଶ୍ୟକ ସାମଗ୍ରୀ 
ବୋନଲେସ ଚିକେନ – ୨୦୦ ଗ୍ରାମ 
ଛୋଟ ଛୋଟ କଟା ପିଆଜ – ୧ଟି 
ରସୁଣ – ୪ଟି 
ନିଜ ପସନ୍ଦ ଅନୁଯାୟୀ କିଛି ପନିପରିବା – ଆବଶ୍ୟକ ପରିମାଣରେ 
କଟା ଧନିଆ ପତ୍ର – ଅଳ୍ପ 
ବଟର– ୩ଚାମଚ 
ପେଷା ଧନିଆ – ଅଳ୍ପ 
କଟା କଞ୍ଚା ଲଙ୍କା – ୧ଟି 
ଲୁଣ – ଆବଶ୍ୟକ ଅନୁଯାୟୀ 
ପାଣି – ଆବଶ୍ୟକ ଅନୁଯାୟୀ 
ଗୋଲମରିଚ ଗୁଣ୍ଡ – ଅଳ୍ପ 
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କୁକର ବସାନ୍ତୁ। କୁକରରେ ଚିକେନ, ରସୁଣ , କଟା ପିଆଜ, ପାଣି ଦେଇ ଏହାକୁ ଧିମା ଆଞ୍ଚରେ ସିଝାନ୍ତୁ। ସିଝିବା ପରେ ଏଥିରେ ଥିବା ପାଣିକୁ ଛାଣି ଦେଇ ସିଝା ଚିକେନକୁ ଏକ ପାତ୍ରରେ ରଖନ୍ତୁ। ଏବେ କୁକରରେ ନିଜ ପସନ୍ଦ ଅନୁଯାୟୀ କିଛି ପନିପରିବାକୁ ଲୁଣ ପକାଇ ସିଝାଇ ଦିଅନ୍ତୁ। ସିଝିବା ପରେ ଏହାକୁ ମଧ୍ୟ ଏକ ପାତ୍ରରେ କାଢି ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାନ୍ତୁ। କଡ଼େଇରେ ବଟର ପକାନ୍ତୁ। ଏହା ପରେ ସିଝା ହୋଇ ରହିଥିବା ପରିବାକୁ ପକାଇ ଅଳ୍ପ ଭାଜି ଦିଅନ୍ତୁ। ଏବେ ଏଥିରେ ସିଝା ହୋଇ ରହିଥିବା ଚିକେନକୁ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏବେ ଏଥିରେ ୧କପରୁ ଅଧିକ ପାଣି ଦିଅନ୍ତୁ। ପାଣି ଦେବା ପରେ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ, ପେଷା ଧନିଆ, କଟା ଧନିଆ ପତ୍ର, କଞ୍ଚା ଲଙ୍କା ପକାଇ ୧୦ ରୁ ୧୫ ମିନିଟ ଫୁଟାନ୍ତୁ। ଫୁଟିବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ସୁପ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.