• Home
  • LIFESTYLE
  • ନଡିଆ ରସରେ ପ୍ରସ୍ତୁତ କରନ୍ତୁ ଖିରୀ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ
LIFESTYLE

ନଡିଆ ରସରେ ପ୍ରସ୍ତୁତ କରନ୍ତୁ ଖିରୀ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ

ତେଲ, ଚିନି, ଖୁଆ, କାଜୁ, ଖିସ୍ମିସ୍, ପିସ୍ତା ବାଦାମ୍, ତେଜପତ୍ର, ଗୁଜରାତି, ନଡ଼ିଆ ରସ, ଭିଜା ଚାଉଳ, ଲୁଣ ଓ ପାଣି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅରୁଆ ଚାଉଳକୁ ୩୦ ମିନିଟ୍ ବତୁରେଇ ରଖନ୍ତୁ। ତାପରେ ଚୁଲାରେ କଡ଼େଇ ବସାଇ ସେଥିରେ ରିଫାଇନ୍ ତେଲ ପକାନ୍ତୁ। ତେଲ ଅଳ୍ପ ଗରମ ହେବା ପରେ ସେଥିରେ ତେଜପତ୍ର, ଗୁଜୁରାତି ଓ ଅଳ୍ପ ଚିନି ପକାନ୍ତୁ।

ଏହାପରେ ବତୁରା ଅରୁଆ ଚାଉଳ ପକାନ୍ତୁ। ତା’ ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ୩୦ ମିନିଟ୍ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ଚାଉଳ ସିଝିବା ପରେ ସେଥିରେ ଚିନି ପକାନ୍ତୁ। ତା’ ପରେ ସେଥିରେ କାଜୁ, କିସମିସ୍ ଓ ପିସ୍ତା ବାଦାମ୍ ପକାଇ ଗୋଳେଇ ଦିଅନ୍ତୁ।

୨ ମିନିଟ୍ ପରେ ସେଥିରେ ନଡ଼ିଆ ରସ ପକାନ୍ତୁ। ନଡ଼ିଆ ରସ ଫୁଟିବା ପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ନଡ଼ିଆ ରସ ଖିରି।

ନଡିଆ ରସରେ ପ୍ରସ୍ତୁତ କରନ୍ତୁ ଖିରୀ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ Nariyal Ki Kheer edited1

ପଢନ୍ତୁ; ଏକାଦଶୀରେ କାହିଁକି ଭାତ ଖାଇବା କଥା ନୁହେଁ? ଜାଣନ୍ତୁ

Related posts

ସର୍ଦ୍ଦି ବା ଜ୍ୱରରୁ ରକ୍ଷା ଦେଇଥାଏ “ଡାଲଚିନି” , ଆସନ୍ତୁ ଜାଣିବା ଏହାର ଔଷଧିୟ ଗୁଣ ସଂପର୍କରେ

Krishna Kumar Manoj

ଓଜନ କମିବା ପାଇଁ ରାତିରେ ଖାଆନ୍ତୁ ଏହି ସବୁ ଖାଦ୍ୟ

Krishna Kumar Manoj

ଫୁଡ୍‌ ପଏଜନିଂର କାରଣ ଓ ଏହାର ଉପଚାର କ’ଣ ଜାଣନ୍ତୁ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More