32 C
Bhubaneswar
January 25, 2021
EnewsOdia.Com
ରୋଷେଇ

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବସାଦହି ମଟନ୍’

ଆବଶ୍ୟକ ସାମଗ୍ରୀ

ମଟନ୍‌, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ, ଲୁଣ, ବସାଦହି, ପାନ ମଧୁରୀ ଗୁଣ୍ଡ, ଡାଲଚିନି ଗୁଣ୍ଡ, ଅଦା ପେଷ୍ଟ୍‌, ଲବଙ୍ଗ, ଗୁଜରାତି ଗୁଣ୍ଡ, ହେଙ୍ଗୁ, ଧନିଆ ଗୁଣ୍ଡ ଓ ଜିରା ପାଉଡର।

 

ପ୍ରସ୍ତୁତି ପ୍ରଣାଳୀ


ପ୍ରଥମେ ଚୁଲିରେ ଏକ ପାତ୍ର ବସାଇ ସେଥିରେ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଅଦା ପେଷ୍ଟ୍‌ ପକାନ୍ତୁ। ଅଦା ପେଷ୍ଟ୍‌ ଟିକେ ଲାଲ୍‌ ହେବା ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ହେଙ୍ଗୁ ପକାଇ ଗୋଳାନ୍ତୁ। ମସଲା ଟିକେ ଫ୍ରାଏ ହୋଇଯିବା ପରେ ସେଥିରେ ମଟନ୍‌ ପକାଇ କଷନ୍ତୁ। ମଟନ ଅଳ୍ପ କଷି ହେଲା ପରେ ସେଥିରେ ପାନ ମଧୁରୀ ଗୁଣ୍ଡ, ଧନିଆ ଗୁଣ୍ଡ, ଡାଲଚିନି ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ କଷନ୍ତୁ।

ତା’ ପରେ ସେଥିରେ ବସାଦହି ପକାଇ ଗୋଳାନ୍ତୁ। ଟିକେ ସମୟ କଷିବା ପରେ ସେଥିରେ ପାଣି ଦେଇ ଘୋଡ଼େଇ ଦିଅନ୍ତୁ। ମାଂସ ସିଝି ଯିବା ପରେ ପାତ୍ରକୁ ଚୁଲିରୁ ଓହ୍ଲାଇ ଆଣନ୍ତି। ଏବେ ସେଥିରେ ଗୁଜରାତି ଗୁଣ୍ଡ ଓ ଲବଙ୍ଗ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ବସାଦହି ମଟନ୍।

ପଢନ୍ତୁ: ଆସନ୍ତୁ ତିଆରି କରିବା ଭଦ୍ରକର ପ୍ରସିଦ୍ଧ ‘ପାଳୁଅ ଲଡ଼ୁ’

Related posts

ଖ୍ରୀଷ୍ଟମାସ ପାର୍ଟି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଭାନିଲା କ୍ରିସେଣ୍ଟ’

Ratnamani Maharana

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ଜିରା ଚିକେନ’

Ratnamani Maharana

ଏଥର ଦୀପାବଳିରେ ପ୍ରସ୍ତୁତ କରନ୍ତୁ ସ୍ବାଦିଷ୍ଟ ବାଲୁଶାହୀ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More