Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଡାଲ ପନିର”

ଆବଶ୍ୟକ ସାମଗ୍ରୀ

ଗୁଣ୍ଡ ହୋଇଥିବା ପନିର ଏକ କପ, ଭିଜା ଯାଇଥିବା ଚଣାଡାଲି ଦୁଇକପ, ଏକ ଚାମଚ ଅଦା ରସୁଣ ପେଷ୍ଟ, ତେଜପତ୍ର, ଶୁଖିଲା ଲଙ୍କା,  ଲବଙ୍ଗ, ଡାଲଚିନି ଖଣ୍ଡ, ଦୁଇଟି କଳା ଇଲାଇଚି, ଛୋଟ ଆକାରରେ କଟା ହୋଇଥିବା ପିଆଜ ୨ଟା, ଏକ ଚାମଚ ହଳଦୀ ଗୁଣ୍ଡା, ଦୁଇ ଚାମଚ କାଶ୍ମିରୀ  ମିର୍ଚି, ଆବଶ୍ୟକ ଅନୁସାରେ ତେଲ ଏବଂ ସ୍ଵାଦ ଅନୁସାରେ ଲୁଣ।

ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ

 

ପ୍ରଥମେ  କଡାଇରେ ତେଲ ଗରମ କରି ପନିରକୁ ଭାଜନ୍ତୁ।  ଭଜା ହେଲାପରେ ପ୍ରେସରକୁକରରେ ଟିକେ ତେଲ ପକାଇ ଶୁଖିଲା ଲଙ୍କା, ଲବଙ୍ଗ, ତେଜପତ୍ର,ଇଲାଇଚି ପକାଇ  ଛୁଙ୍କ କରନ୍ତୁ। ଏହାପରେ ପିଆଜ ପକାଇ ଏହା ଗୋଲ୍ଡେନ କଲର ହେବା  ପର୍ଯ୍ୟନ୍ତ ଭାଜନ୍ତୁ। ପୁଣି ଅଦା ରସୁଣ ପେଷ୍ଟ,ହଳଦୀ ପାଉଡର, କାଶ୍ମିରୀ ମିର୍ଚି ପାଉଡର ଟମାଟ ପକାଇ କିଛି ସମୟ କସନ୍ତୁ। ଏବେ ଏଥିରେ ଚଣାଡାଲି, ଲୁଣ, ପାଣି ପକାନ୍ତୁ।  ଫୁଟିବା ଆରମ୍ଭ କାଲେ  ତାକୁ ଭଲଭାବେ ସିଝିବାକୁ ଦିଅନ୍ତୁ।  ଯେତେବେଳେ ଡାଲି ପୁରା ସୁଝିଗଲା ସେତେବେଳେ ଆଗରୁ ଭଜା ହୋଇଥିବା ପନିର ଖଣ୍ଡକୁ  ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଡାଲ ପନିର।

ପଢନ୍ତୁ: ଆସନ୍ତୁ ତିଆରି କରିବା “ପନିର କର୍ନ କବାବ”

Related posts

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘କଡ଼ାଇ ଚିକେନ୍’

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି କୋପ୍ତା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଖରାଦିନେ ଶରୀରକୁ ଶକ୍ତି ଦେଇଥାଏ “ଷ୍ଟ୍ରବେରୀ ଲସି”, ଆଜି ହିଁ ପ୍ରସ୍ତୁତ କରି ପିଅନ୍ତୁ!

ENO Beuro

Leave a Comment