Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ଦହି ଆମ୍ବୁଲ ଖଟା”

ଆସନ୍ତୁ ପ୍ରସ୍ତୁତ କରିବା ଦହି ଆମ୍ବୁଲ ଖଟା….

ଆବଶ୍ୟକୀୟ ସାମଗ୍ରୀ

୭ ରୁ ୮ ଖଣ୍ଡ ଆମ୍ବୁଲ
୨ ଚାମଚ ସୋରିଷ ବଟା
୨ ଟି ଶୁଖିଲା ଲଙ୍କା
୧ ଚାମଚ ପଞ୍ଚ ଫୁଟଣ
୨ ଚାମଚ ତେଲ
୧ ଚାମଚ ଅଦାବଟା
୧ ଚାମଚ ଆମ୍ବକଷିଆ ଅଦାବଟା
୨ ଚାମଚ କୋରା ନଡିଆ
ଲଙ୍କା ଜୀରା ପାଉଡର
୫୦ ଗ୍ରାମ ଗୁଡ
୨ ଚାମଚ ଚିନି
୧ କପ ଦହି
ଅଧା ଚାମଚ ବିଟି ଲୁଣ ଓ ସ୍ଵାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ଆମ୍ବୁଲକୁ ଘଣ୍ଟାକ ପାଇଁ ଭିଜାଇ ଦିଅନ୍ତୁ। ଏବେ ଏକ କଡେଇରେ ତେଲେ ନେଇ ଗରମ କରନ୍ତୁ। ଏଥିରେ ଶୁଖିଲା ଲଙ୍କା, ପାଞ୍ଚ ଫୁଟଣ ପକାନ୍ତୁ। ଅଦା ବଟା ପକେଇ କିଛି ସମୟ ଘଣ୍ଟାନ୍ତୁ। ଏଥର ଭିଜା ଆମ୍ବୁଲକୁ ପକାନ୍ତୁ। ଏହା ଫୁଟିବା ଆରମ୍ଭ କରିବାର ୨ ମିନିଟ ପରେ ସୋରିଷ ବଟା ପକାଇଦିଅନ୍ତୁ। ଏହାର ୨ ମିନିଟ ପରେ ଗୁଡ ଓ ଚିନି ଆବଶ୍ୟକ ମୁତାବକ ଲୁଣ ପକେଇ ଗ୍ୟାସର ଆଞ୍ଚକୁ ମାଧ୍ୟମ ଧରଣର ରଖି ୧୦ ମିନିଟ ଯାଏ ଛାଡିଦିଅନ୍ତୁ। ଏବେ ସେଥିରେ କୋର ନଡିଆ, ଲଙ୍କା, ଜୀରା, ପକେଇ ୨-୩ ମିନିଟ ଫୁଟିବାକୁ ଦିଅନ୍ତୁ। ଏହି ସମୟରେ ଆପଣ ବିଟଲୁଣ, ଦହି ପକାଇ ଭଲଭାବେ ମିଶେଇ ପାରିବେ। ଏବେ ଆପଣଙ୍କର ପ୍ରସ୍ତୁତ ହେଇଗଲା ଦହି ଆମ୍ବୁଲ ଖଟା।

ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ କଲରା କଟ୍‌ଲେଟ୍‌

Related posts

ଘରେ ପ୍ରସ୍ତୁତ କରନ୍ତୁ ‘ପାଳଙ୍ଗ ବରା’,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘କଡ଼ାଇ ଚିକେନ୍’

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ମଟର କଟଲେଟ

ENO Beuro

Leave a Comment