EnewsOdia.Com

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଦହି ମାଛ’

ଆବଶ୍ୟକୀୟ ସାମଗ୍ରୀ 

ଇଲିଶି ମାଛ – ୨ ପିସ, ବସା ଦହି – ୨ ଚାମଚ, ଲୁଣ – ସ୍ୱାଦ ଅନୁସାରେ, ହଳଦୀ ଗୁଣ୍ଡ – ୧ ଚା’ ଚାମଚ, ଲଙ୍କା ଗୁଣ୍ଡ – ୧/୨ ଛୋଟ ଚାମଚ, ଚିନି – ୧ ଛୋଟ ଚାମଚ, ପାଣି – ୧.୫ କପ, ସୋରିଷ – ୩ ଛୋଟ ଚାମଚ, କଞ୍ଚା ଲଙ୍କା – ୨ ଟି, ସୋରିଷ ତେଲ – ୧ ଟେବୁଲ ଚାମଚ, ଧଣିଆ ପତ୍ର – କିଛି (କଟା)।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ୨ ଛୋଟ ଚାମଚ ସୋରିଷ ଆଉ କଞ୍ଚା ଲଙ୍କା ବାଟି ପେଷ୍ଟ ବନେଇ ଦିଅନ୍ତୁ । ଇଲିଶି ମାଛ ଖଣ୍ଡକୁ ଭଲକି ଧୋଇ ରଖନ୍ତୁ । ଅନ୍ୟ ଏକ ପାତ୍ରରେ ବସା ଦହି ୨ ଚାମଚ, ଲୁଣ – ସ୍ୱାଦ ଅନୁସାରେ, ଲଙ୍କା ଗୁଣ୍ଡ ୧/୨ ଚାମଚ, ଚିନି ୧ ଚାମଚ, ହଳଦୀ ଗୁଣ୍ଡ ୧ ଚାମଚ ନେଇ ସେଥିରେ ୧.୫ କପ ପାଣି ଦେଇ ଭଲକି ଗୋଳାଇ ଦିଅନ୍ତୁ । ଏବେ ଧୁଆ ହୋଇ ଥିବା ଇଲିଶି ମାଛ କୁ ସେଥିରେ ମିଶାଇ ୪-୫ ମିନିଟ ରଖି ଦିଅନ୍ତୁ । ଗ୍ୟାସ ଅନ କରି ପ୍ୟାନ ବସାନ୍ତୁ । ପ୍ୟାନ ଟିକେ ଗରମ ହୋଇଗଲେ ୨ ଚାମଚ ସୋରିଷ ତେଲ ପକାନ୍ତୁ । ତେଲ ଗରମ ହୋଇଆସିଲେ ଗ୍ୟାସ ଆଞ୍ଚ କମ କରି ବଳକା ଥିବା ସୋରିଷ ପକାଇ ଫୁଟାନ୍ତୁ । ଏବେ ମାଛ ଖଣ୍ଡ କୁ ଧୀରେ କରି ପ୍ୟାନ ରେ ରଖନ୍ତୁ ଓ ପାତ୍ର ରେ ରହି ଯାଇଥିବା ମସଲା ପାଣି କୁ ମାଛ ଉପରେ ଢାଳି ଦିଅନ୍ତୁ । ସେଇ ଧୀମା ଆଞ୍ଚ ରେ ମାଛ ସିଝିବା ଯାଏ ରଖନ୍ତୁ (୧୦ -୧୨ ମିନିଟ )। ମାଛ ହୋଇଗଲେ ପ୍ଲେଟ କୁ ବାହାର କରି ଧଣିଆ ପତ୍ର ରେ ସଜାଇ ପରସନ୍ତୁ । ଛାଡଖାଇ ରେ ଏକ ନିଆରା ସ୍ୱାଦର ଇଲିଶି ମାଛ ତରକାରୀ ମଜା ନିଅନ୍ତୁ ।

ପଢନ୍ତୁ: ପ୍ରସ୍ତୁତ କରନ୍ତୁ ‘ମାଛ ନୁରମହଲି’

ସମ୍ବନ୍ଧିତ ଖବର

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ତରଭୁଜ ଖାସି ମାଂସପୋଡ଼ା’

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ମାଛ ଚମ୍‌ଚମ୍‌”

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ମାଟି ହାଣ୍ଡି ପୋଡ଼ା ମଟନ୍‌”

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ପୋଇ ପତ୍ର-ଅଣ୍ଡା ସ୍ୟାଣ୍ଡୱିଚ୍’

Ratnamani Maharana

ଅତିଥି ମାନଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଆଳୁ ପ୍ୟାନ କେକ’

Ratnamani Maharana

ଆଜି ହିଁ ଟ୍ରାଏ କରନ୍ତୁ ‘ସିଝା ମାଛ ମସଲା’

Ratnamani Maharana