Loading...

ଆଜି ଏହି ଉପାୟରେ ଘରେ ବନାନ୍ତୁ ‘ଧନିଆ ଦମ ଆଳୁ’

ଆଜି ଏହି ଉପାୟରେ ଘରେ ବନାନ୍ତୁ ‘ଧନିଆ ଦମ ଆଳୁ’

ଧନିଆ ଦମ ଆଳୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପ୍ୟାନ ଗରମ କରି ସେଥିରେ ଅଳ୍ପ ତେଲ ଦିଅନ୍ତୁ ଓ ସେଥିରେ ସିଝା ଆଳୁକୁ ପକାଇ କିଛି ସମୟ ଭାଜିଦିଅନ୍ତୁ ।

ସାଧାରଣତଃ ଆପଣ ଘରେ ଆଳୁଦମ ପ୍ରସ୍ତୁତ କରି ଖାଇଥିବେ କିନ୍ତୁ କେବେ ଧନିଆ ଗ୍ରେଭିରେ ଆଳୁ ଦମ କରି ଖାଇଛନ୍ତି କି ? ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏହି ସିମ୍ପଲ ରେସିପି, ଯାହାକୁ ଆପଣ ବହୁତ କମ ସାମଗ୍ରୀରେ ଖୁବ କମ ସମୟ ମଧ୍ୟରେ ପ୍ରସ୍ତୁତ କରିପାରିବେ । ଅତି ସହଜରେ ପ୍ରସ୍ତୁତ ହୋଇଯାଉଥିବା ଏହି ଧନିଆ ଦମ ଆଳୁର ସ୍ୱାଦ ମଧ୍ୟ ଠିକ ସେହିପରି । ତାହେଲେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ

ସିଝା ଆଳୁ ୪/୫ଟି , କଞ୍ଚାଲଙ୍କା ୩ଟି, ଅଦା ୧/୨ ଇଞ୍ଚ, ଜିରା ଅଳ୍ପ, ଗୋଲମରିଚ ୪/୫ଟି, ଲବଙ୍ଗ ୧ଟି, ଅଳେଇଚ ୧ଟି, ଲେମ୍ବୁ ୧ଟି, କସ୍ତୁରୀ ମେଥି ଅଳ୍ପ, ଧନିଆ ପତ୍ର ୧୦୦ ଗ୍ରାମ, ତେଲ ଓ ଲୁଣ ସ୍ୱାଦ ଅନୁସାରେ ।

ପ୍ରସ୍ତୁତି ପ୍ରଣାଳୀ

ଧନିଆ ଦମ ଆଳୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପ୍ୟାନ ଗରମ କରି ସେଥିରେ ଅଳ୍ପ ତେଲ ଦିଅନ୍ତୁ ଓ ସେଥିରେ ସିଝା ଆଳୁକୁ ପକାଇ କିଛି ସମୟ ଭାଜିଦିଅନ୍ତୁ । ଆଳୁ ଭାଜି ହୋଇଗଲା ପରେ ତାକୁ କାଢିଦିଅନ୍ତୁ । ବର୍ତ୍ତମାନ ଧନିଆପତ୍ର, ଅଦା ଓ କଞ୍ଚାଲଙ୍କାକୁ ଭଲଭାବେ ପେଷ୍ଟ କରିଦିଅନ୍ତୁ । ଆଉ ଏକ ପ୍ୟାନରେ କିଛି ତେଲ ଗରମ କରି ସେଥିରେ ଜିରା ଫୁଟାଇ ତାପରେ ଗୋଲମରିଚ, ଲବଙ୍ଗ ଓ ଅଳେଇଚ ପକାଇ ଟିକିଏ ଭାଜି ଦିଅନ୍ତୁ । ତାପରେ ସେଥିରେ ମେଥିପତ୍ର ଓ ଧନିଆ ପେଷ୍ଟ ପକାଇ କିଛି ପାଣି ଦେଇ ଫୁଟାଇ ଦିଅନ୍ତୁ । ତାପରେ ସେଥିରେ ଭଜା ଆଳୁ ଓ ଲୁଣ ପକାଇ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ୫ ମିନିଟ ପରେ ଏହାକୁ ଓହ୍ଲାଇ ସେଥିରେ ଲେମ୍ବୁ ଚିପୁଡ଼ି ଦିଅନ୍ତୁ । ଏହାକୁ ଆପଣ ଗରମ ଗରମ ରୁଟି କିମ୍ବା ଭାତ ସହିତ ମଧ୍ୟ ଖାଇପାରିବେ ।

ପଢନ୍ତୁ: ଆପଣଙ୍କ ସଂଧ୍ୟାକୁ ସ୍ପେଶାଲ କରିଦେବ ‘ରାଜକଚୋଡି’

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.