Loading...

ଘରେ ପ୍ରସ୍ତୁତ କରନ୍ତୁ ‘ଏଗ କୋରମା’

ଘରେ ପ୍ରସ୍ତୁତ କରନ୍ତୁ ‘ଏଗ କୋରମା’

ପ୍ରଥମେ ପ୍ୟାନରେ ତେଲକୁ ଗରମ କରି ଅଣ୍ଡା କୁ ଭାଜି କାଢି ରଖନ୍ତୁ । ପ୍ୟାନରେ ତେଲ ଗରମ କଞ୍ଚା ଲଙ୍କା କୁ ଭାଜନ୍ତୁ । ଏବେ ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ

ସିଝା ଅଣ୍ଡା – ୪ ଟି, ତେଲ – ୧+୨ ଟେବୁଲ ଚାମଚ, କଟା ପିଆଜ – ୧ କପ,  କଟା ବିଲାତି – ୧ କପ, କଞ୍ଚା ଲଙ୍କା – ୩ ଟି, ନଡ଼ିଆ ପେଷ୍ଟ – ୨ ଟେବୁଲ ଚାମଚ, ବାଦାମ(Almond) ପେଷ୍ଟ – ୧ ଚା’ଚାମଚ,  କାଜୁ ପେଷ୍ଟ – ୧ ଚା’ଚାମଚ, ଲାଲ ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ, ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ, ଅଦା-ରସୁଣ ପେଷ୍ଟ – ୧ ଚା’ଚାମଚ, ଭଜା ଧନିଆ ଗୁଣ୍ଡ – ୧ ଚା’ ଚାମଚ, ଗୋଲ ମରିଚ ଗୁଣ୍ଡ – ୧/୨ ଚା’ଚାମଚ, ଗରମ ମସଲା – ୧/୨ ଚା’ ଚାମଚ, କଟା ଧନିଆ ପତ୍ର – ୨ ଟେବୁଲ ଚାମଚ, ଲୁଣ – ସ୍ୱାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପ୍ୟାନରେ ତେଲକୁ ଗରମ କରି ଅଣ୍ଡା କୁ ଭାଜି କାଢି ରଖନ୍ତୁ । ପ୍ୟାନରେ ତେଲ ଗରମ କଞ୍ଚା ଲଙ୍କା କୁ ଭାଜନ୍ତୁ । ଏବେ ପିଆଜ ପକାଇ ସୁନେଲି ରଙ୍ଗ ଆସିବା ଯାଏ ଭାଜନ୍ତୁ । ଅଦା ରସୁଣ ପେଷ୍ଟ ପକାଇ ୧ ମିନିଟ ପାଇଁ ଭାଜନ୍ତୁ । ପରେ କଟା ବିଲାତି ପକାଇ ନରମ ହେବ ଯାଏ ରାନ୍ଧନ୍ତୁ । ବିଲାତି ନରମ ହେଲେ ହଳଦୀ, ଲଙ୍କା ଗୁଣ୍ଡ ଓ ଲୁଣ ପକାନ୍ତୁ । ଏହାକୁ ୫ ମିନିଟ ରାନ୍ଧନ୍ତୁ । ପରେ କାଜୁ, ନଡ଼ିଆ ଓ ବାଦାମ ପେଷ୍ଟ ପକାଇ ଭଲଭାବରେ ମିଶାନ୍ତୁ । ଏହାକୁ ହାରାହାରି ୫ ମିନିଟ ପାଇଁ କଶନ୍ତୁ ଯେତେ ଯାଏ ତେଲ ମସଲା ଉପରେ ନଦେଖାଯାଇଛି । ଏବେ ଏଥିରେ ୧ରୁ ୨ କପ ପାଣି, ଗରମ ମସଲା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ ଓ କିଛି କଟା ଧନିଆ ପତ୍ର ଦେଇ ୫-୬ ମିନିଟ କସନ୍ତୁ । ତାପରେ ଅଣ୍ଡା କୁ ଏଥିରେ ପକାଇ ଧିମା ଆଞ୍ଚରେ ୧୦ରୁ ୧୫ ମିନିଟ ପାଇଁ ଢାଙ୍କି ଦିଅନ୍ତୁ । ହୋଇଗଲେ ଧନିଆ ପତ୍ର ସଜାଇ ପରସନ୍ତୁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.