Recipes & Food

ଆସନ୍ତୁ ତିଆରି କରିବା ସ୍ଵାଦିଷ୍ଟ “ଅଣ୍ଡା ଫେଣି ତରକାରୀ”

ଅଣ୍ଡାରୁ   ପ୍ରସ୍ତୁତ ତରକାରୀ, ଆମଲେଟ, ରୋଲ ଓ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ଚୁରଚୁରୀ ତ ଆପଣ ଖାଇଥିବେ। ତେବେ କଣ ଆପଣ କେବେ ଅଣ୍ଡାରୁ ପ୍ରସ୍ତୁତ ଫେଣି ତରକାରୀ ଖାଇଛନ୍ତିକି!!!! ଜଦି ନା ତେବେ ଆଜି ହିଁ ପ୍ରସ୍ତୁତ କରନ୍ତୁ ଆଉ ଚାଖନ୍ତୁ ଏହାର ସ୍ଵାଦ। ଆପଣ ଚିକେନ ଓ ମଟନ ତରକାରୀ ବି ଭୁଲିଯିବେ। ତେବେ ଛୋଟ ପିଲାଙ୍କୁ ଏହା ବହୁତ ପସନ୍ଦ ଆସିଥାଏ।

ଆବଶ୍ୟକୀୟ ସାମଗ୍ରୀ

ଅଣ୍ଡା, ଅଦା ରସୁଣ ପେଷ୍ଟ, ଟମାଟୋ ପେଷ୍ଟ, ପିଆଜ ପେଷ୍ଟ, ତେଜ ପତ୍ର, ଶୁଖିଲା ଲଙ୍କା, ସୋରିଷ ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଜିରା ଗୁଣ୍ଡ, ଗୋଟା ଜିରା, ପାଣି, କଟା ଧନିଆ ପତ୍ର ଏବଂ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ଆବଶ୍ୟକ ଅନୁସାରେ ଲୁଣ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ଅଦା ରସୁଣ ପେଷ୍ଟ ଗୋଟେ ଚାମଚ, ପିଆଜ ଗୋଟେ ଚାମଚ ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହା ପରେ ଗ୍ୟାସ୍‌ରେ ତାୱା ବସାଇ ଅଣ୍ଡା ଆପଣଙ୍କ ଆବଶ୍ୟକ ମୁତାବକ ଅମ୍‌ଲେଟ୍‌ କରନ୍ତୁ। ଏଠାରେ ମନେ ରଖନ୍ତୁ, ଆପଣ ଅମ୍‌ଲେଟ୍‌ କଲାବେଳେ କଞ୍ଚା ଥିବା ସମୟରେ ହିଁ ଅମ୍‌ଲେଟ୍‌କୁ ଫେଣି ଆକାରରେ ମୋଡି ଦିଅନ୍ତୁ। ତା ପରେ ଫେଣୀର ଚାରିପାଖକୁ ଭଲରେ ଭାଜି ଦିଅନ୍ତୁ।

ଏବେ ଗ୍ୟାସ୍‌ରେ କଡ଼େଇ ଗରମ କରି ସେଥିରେ ତେଲ ପକାନ୍ତୁ। ତା ପରେ ସେଥିରେ ଗୋଟା ଜିରା, ଶୁଖିଲା ଲଙ୍କା ତେଜପତ୍ର ପକାଇ ଅଳ୍ପ ଭାଜି ଦିଅନ୍ତୁ। ତା ପରେ ସେଥିରେ ପିଆଜ ପେଷ୍ଟ ପକାଇ ଅଳ୍ପ ସମୟ କଷନ୍ତୁ। ସେହିପରି ଅଦା ରସୁଣ ପେଷ୍ଟ ପକାଇ ମଧ୍ୟ କଷାଇ ଦିଅନ୍ତୁ। ମସଲା ଭଲରେ କଷେଇ ହୋଇ ଆସିଲେ, ସେଥିରେ ଟମାଟୋ ପେଷ୍ଟ ପକାଇ ଭଲରେ କଷାଇ ନିଅନ୍ତୁ। ସେଥିରେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ସେଥିରେ ଅଳ୍ପ ପାଣି ଦେଇ ପୁଣି ଥରେ ମସଲାକୁ କଷାଇ ଦିଅନ୍ତୁ। ମସଲା ଶୁଖିଗଲା ପରେ ସେଥିରେ ଅଳ୍ପ ଝୋଳ ରହିଲା ଭଳି ପାଣି ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଝୋଳ ଭଲରେ ଫୁଟି ଆସିଲେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଣ୍ଡା ଫେଣୀକୁ ସେଥିରେ ପକାଇ ଦିଅନ୍ତୁ। ଆଉ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଫୁଟିଗଲା ପରେ ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ସେଥିରେ ଅଳ୍ପ ପରିମାଣରେ ଝୋଳ ରଖିବେ। ଏବେ ଏହାକୁ ଭାତ କିମ୍ବା ରୁଟି ସହ ଖାଇବାକୁ ଦିଅନ୍ତୁ।

ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ”ସ୍ପାଇସି ତାୱା ଫିଶ୍‌ ଫ୍ରାଏ”

Related posts

ଘରେ ତିଆରି କରନ୍ତୁ କାଜୁ ପନିର ! ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

ଆସନ୍ତୁ ତିଆରି କରିବା ସ୍ଵାଦିଷ୍ଟ”ଷ୍ଟିକ୍‌ ପଣସ”

Ratnamani Moharana

ପ୍ରସ୍ତୁତ କରନ୍ତୁ ‘ମେଥି ପନୀର୍‌’, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

Leave a Comment