Loading...

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ମାଛ ଚମ୍‌ଚମ୍‌”

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ମାଛ ଚମ୍‌ଚମ୍‌”

ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଲୁଣ ଓ ହଳଦୀରେ ଗୋଳାଇ ଭାଜି ଦିଅନ୍ତୁ। ଏବେ ଭଜା ମାଛରୁ କଣ୍ଟା କାଢ଼ି ସେଥିରେ ବେସନ, ଚାଉଳ ଚୂନା, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।

ଆବଶ୍ୟକ ସାମଗ୍ରୀ

ମାଛ, ବେସନ, ଚାଉଳ ଚୂନା, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, କଟା କଞ୍ଚାଲଙ୍କା, କଟା ପିଆଜ, ଅଦା-ପିଆଜ-ଶୁଖିଲାଲଙ୍କା ପେଷ୍ଟ, କାଜୁ, ଟମାଟୋ ଓ ଦହି।

ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଲୁଣ ଓ ହଳଦୀରେ ଗୋଳାଇ ଭାଜି ଦିଅନ୍ତୁ। ଏବେ ଭଜା ମାଛରୁ କଣ୍ଟା କାଢ଼ି ସେଥିରେ ବେସନ, ଚାଉଳ ଚୂନା, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।ଏବେ କଡ଼େଇରେ ଲ ଗରମ କରି ମସଲା ଗୋଳା ମାଛ ଚକଟାକୁ ଗୋଲ୍ ଗୋଲ୍ କରି ଛାଣି ଦିଅନ୍ତୁ। ଏହା ପରେ ଗରମ ତେଲରେ କଟା ପିଆଜ ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ଅଦା, ପିଆଜ ଓ ଶୁଖିଲାଲଙ୍କା ପେଷ୍ଟ ପକାନ୍ତୁ। ମସଲା କଷି ହୋଇ ଆସିଲେ ସେଥିରେ କାଜୁ, ଟମାଟୋ ଓ ଦହି ବଟା ପକାଇ ଭଲ ଭାବେ କଷନ୍ତୁ। ମସଲା ପ୍ରସ୍ତୁତ ହୋଇଗଲେ ସେଥିରେ ଭଜା ମାଛ ବରାକୁ ପକାନ୍ତୁ। ଦୁଇରୁ ତିନି ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ମାଛ ଚମ୍‌ଚମ୍‌’।

ପଢନ୍ତୁ: ଆଜି ଏହି ଉପାୟରେ ଘରେ ବନାନ୍ତୁ ‘ଧନିଆ ଦମ ଆଳୁ’

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.