EnewsOdia.Com

ପ୍ରସ୍ତୁତ କରନ୍ତୁ ‘ମାଛ ନୁରମହଲି’

ଆବଶ୍ୟକୀୟ ସାମଗ୍ରୀ –

  • ରୋହିମାଛ-୫୦୦ ଗ୍ରାମ୍
  • ବାସୁମତୀ ଚାଉଳ-୫୦୦ ଗ୍ରାମ୍
  • ଘିଅ-୧୦୦ ଗ୍ରାମ୍
  • ଖଟା ଦହି-୨୫୦ ଗ୍ରାମ୍
  • ପିଆଜ ବଟା-୧ କପ୍
  • ଅଦା ବଟା-୪ ଟେବୁଲ୍-ଚାମଚ
  • ରସୁଣ ବଟା-୪ ଟେବୁଲ-ଚାମଚ
  • ରାଶିତେଲ-ଅଧାକପ୍
  • ବେସନ-୧୦୦ ଗ୍ରାମ୍
  • କଳାଜିରା-୨ ଚାମଚ
  • ପାନମହୁରି-୨ ଟେବୁଲ-ଚାମଚ
  • ଗରମ ମସଲା-୫ ଗ୍ରାମ୍
  • ଜିରା ବଟା-୩ ଟେବୁଲ ଚାମଚ
  • ଜାଫରାନ୍ କେସର-ଅଳ୍ପ
  • ଲଙ୍କାଗୁଣ୍ଡ ଓ ଲୁଣ-ସ୍ଵାଦାନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ-

ମାଛକୁ ୬ଟି ପିସ୍ କରି ୩ ଟେବୁଲ ଚାମଚ ତେଲରେ ଗୋଳାଇ ଅଧଘଣ୍ଟା ରଖନ୍ତୁ । ଏଥର ସେଇ ମାଛକୁ ଧୋଇନିଅନ୍ତୁ । ମାଛରେ ଜିରା ଓ ପାନମହୁରି ବଟା ଓ ବେସନ ଗୋଳାଇ କିଛି ସମୟ ( ୧୫ ମିନିଟ) ରଖିଦିଅନ୍ତୁ । ଅଧା ଦହିରେ ଅଦା, ପିଆଜ, ରସୁଣ ବଟା, ଲଙ୍କାଗୁଣ୍ଡ ଓ ଲୁଣ ଗୋଳାଇଦିଅନ୍ତୁ । ନନ୍‌ଷ୍ଟିକ୍ ପ୍ୟାନ୍ କୁ ଭଲଭାବେ ଗରମ କରି ଆଞ୍ଚ କମ୍ ରୁ ମଧ୍ୟମରେ ରଖି ଅଳ୍ପ ଘିଅ ଦେଇ ମାଛକୁ ୧୫ ମିନିଟ୍ ଯାଏଁ ଦୁଇପଟରୁ ଭଲଭାବରେ ଭାଜି ରଖନ୍ତୁ । (ଏପରି ମାଇକ୍ରୋୱେଭ୍ ରେ ୨୩୦°C ରେ ୧୫ ମିନିଟ୍ ପର୍ଯ୍ୟନ୍ତ ଭାଜିପାରନ୍ତି) ଚାଉଳକୁ ୨୦ ମିନିଟ୍ ପାଣିରେ ବତୁରାଇ ରଖନ୍ତୁ ।

ଏଥର ସେହି ପାଣିରେ ଚାଉଳକୁ ୩-୪ ଭାଗ ହେବା ଯାଏଁ ଭାତ ରାନ୍ଧି ରଖନ୍ତୁ । ଆଉ ଏକ ନନଷ୍ଟିକ୍ ପ୍ୟାନରେ ବଳକା ଘିଅ ଓ ତେଲ ପକାଇ ଗରମ କରନ୍ତୁ । ଏଥରେ ଗୋଟା ମସଲା ପକାଇ ଫୁଟାନ୍ତୁ । କଳାଜିରା ପକାନ୍ତୁ । ଫୁଟିଗଲେ ଅଧା ରନ୍ଧା ହୋଇଥିବା ଭାତ ଓ ମାଛକଷା ପକାଇ ଉପରୁ ପୁଣି ଭାତ ଦେଇ (ଦହି ପକାଇ ଭାତରେ ମିଶାଇ ଦେଇଥିବେ) କ୍ଷୀରରେ ମିଶା ଜାଫ୍ରନ୍ କୁ ଢାଳି ଟାଇଟ୍ ଧରୁଥୁବା ଘୋଡ଼ଣୀ ଲଗାଇ କମ୍ ଆଞ୍ଚରେ ୧୦- ୧୫ ମିନିଟ୍ ବସାଇ କାଢ଼ି ସର୍ଭ କରନ୍ତୁ ।

ପଢନ୍ତୁ: ପ୍ରସ୍ତୁତ କରନ୍ତୁ ‘ସୁଫିଆନା ପନିର ଟିକା’

ସମ୍ବନ୍ଧିତ ଖବର

ସଂଧ୍ୟାକୁ ସ୍ପେଶାଲ କରିଦେବ ‘ରାଜକଚୋଡି’

Ratnamani Maharana

ବିନା ଅଣ୍ଡାରେ ତିଆରି କରନ୍ତୁ ବ୍ରେଡ୍‌ ଅମ୍‌ଲେଟ୍‌

Ratnamani Maharana

ଜାଣନ୍ତୁ ମସଲା ଚା’ ତିଆରି କରିବାର ସଠିକ ପ୍ରଣାଳୀ

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ମଶରୁମ ପକୋଡା’

Ratnamani Maharana

ଆସନ୍ତୁ ତିଆରି କରିବା ଭଦ୍ରକର ପ୍ରସିଦ୍ଧ ‘ପାଳୁଅ ଲଡ଼ୁ’

Ratnamani Maharana

ଆସନ୍ତୁ ପ୍ରସ୍ତୁତ କରିବା ‘ଆଳୁ ଚିକେନ୍‌ ବରା’

Ratnamani Maharana