27 C
Bhubaneswar
October 26, 2020
EnewsOdia.Com
ରୋଷେଇ

ସଂଧ୍ୟାର ଭରପୁର ମଜା ନେବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଫିସ ପକୋଡା’

ଆମିଷ ଖାଦ୍ୟର ବିଭିନ୍ନ ଆଇଟମ ଭିତରେ ‘ଫିସ ପକୋଡା’ ଅନ୍ୟତମ । ମାତ୍ର କିଛି ସାଗ୍ରୀ ବ୍ୟବହାର କରି ଆପଣ ଅତି ସହଜରେ ଏହାକୁ ଘରେ ପ୍ରସ୍ତୁତ କରିପାରିବେ । ଆପଣଙ୍କୁ ସହଜରେ ଘରେ ମୁସ ମୁସ ଟେଷ୍ଟି ପକୋଡା ଘରେ ପ୍ରସ୍ତୁତ କରି ଖାଇ ପାରିବେ । ତେବେ ଆସନ୍ତୁ ଆଜି ଜାଣି ରଖିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ:

୧. ୫୦୦ ଗ୍ରାମ ମାଛ

୨. ଲେମ୍ବୁ ରସ- ଅଧା ଚାମଚ

୩. ରସୁଣ- ଛୋଟ ଛୋଟ କଟାଯାଇଥିବା

fish

୪. ଅଦା – କଟାଯାଇଥିବା

୫. ଧନିଆ- ଗୋଟେ ଚାମଚ

୬. ଲାଲ ଲଙ୍କା ଗୁଣ୍ଡ – ୨ ଚାମଚ

୭. କିଛି ହଳଦୀ

୮. ଲୁଣ – ସ୍ୱାଦ ଅନୁଯାୟୀ

୯. ୨୦୦ ଗ୍ରାମ ବେସନ

୧୦. ଜୁଆଣି – ଏକ ଚାମଚ

୧୧. ଗରମ ମସଲା

୧୨. ସୋଢା – ଗୋଟେ ଚୁଟକୀ

fish

୧୩. ବନସ୍ପତି ତେଲ

୧୪. ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ । ଛୋଟ ଛୋଟ କରି କାଟି ଦିଅନ୍ତୁ । ଏବେ ସେଥିରେ ଲେମ୍ବୁ ରସ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ସେଥିରେ ରସୁଣ, ଅଦା, ଧନିଆ ଗୁଣ୍ଡ, ଜୁଆଣି, ଲଙ୍କା ଗୁଣ୍ଡ, ହଳଦୀ ଓ ଲୁଣ ଆଦି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।ଏବେ ୨ଘଣ୍ଟା ପାଇଁ ଛାଡି ଦିଅନ୍ତୁ। ଏବେ ଅନ୍ୟ ପାତ୍ରରେ ବେସନ, ଓ ବାକି ଥିବା ସାମଗ୍ରୀ ରଖନ୍ତୁ । ଧୀରେ ଧୀରେ ପାଣି ଦେଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ପେଷ୍ଟ ଟି ଚିକ୍କଣ ଭାବେ ପ୍ରସ୍ତୁତ ହେବା ଦରକାର ।  ଏବେ କଡ଼ାଇରେ ତେଲ ଗରମ କରନ୍ତୁ  ପୂର୍ବରୁ ରଖାଯାଇଥିବା ମାଛକୁ ଘୋଳରେ ବୁଡାଇ ଗରମ ତେଲରେ ଛାଣି ଦିଅନ୍ତୁ । ୩ ରୁ ୫ ମିନିଟ ପାଇଁ ଭଲ ଭାବେ କଡ଼ାଇରେ ରଖି କୁର କୁରା ହେବା ପର୍ଯ୍ୟନ୍ତ କଡ଼ାଇରେ ରଖନ୍ତୁ । ସୁନେଲି ରଙ୍ଗ ହେଇ ଆସିଲେ କଡ଼ାଇରୁ ବାହାର କରି ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ । ସସ କିମ୍ବା ଘରେ ପ୍ରସ୍ତୁତ ଚଟଣି ସହ ଗରମ ଗରମ ଫିସ ପକୋଡାର ମଜା ନିଅନ୍ତୁ ।

ପଢନ୍ତୁ: ଘରେ ପ୍ରସ୍ତୁତ କରନ୍ତୁ ‘ଖଟାମିଠା ଆମ୍ୱୁଲ ଚିକେନ୍‌’

Related posts

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ପାଓ ଭାଜି’

Ratnamani Maharana

ଘରେ ତିଆରି କରନ୍ତୁ ସ୍ଵାଦିଷ୍ଟ ‘ତନ୍ଦୁରୀ ପାମ୍ପଲେଟ୍’

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ “ଗୋଟା କୁକୁଡ଼ା ମସଲା ପୋଡ଼ା”

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More