Loading...

ଆପଣ ସ୍ୱାଦିଷ୍ଟ ‘ଫଳ ପଲାଉ’ ଖାଇଛନ୍ତି କି ? ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଆପଣ ସ୍ୱାଦିଷ୍ଟ ‘ଫଳ ପଲାଉ’ ଖାଇଛନ୍ତି କି ? ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ କିଛି ପାଣି ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପାଣି ପୁଟିଲା ପରେ ସେଥିରେ ଲୁଣ, ଜିରା ଏବଂ ଦୁଇ ଚାମଚ ତେଲ ପକାନ୍ତୁ।

ଘରେ କୌଣସି ପୂଜା ପର୍ବ ହେଲେ ଆମେ ଭାବିଥାଉ ଯେ ସାଧା, ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ବ୍ୟଞ୍ଜନଟିଏ ତିଆରି କରିବା ପାଇଁ। ତେବେ ଆପଣ ଅନ୍ୟ କିଛି ବି ଚିନ୍ତା ନ କରି ବିଭିନ୍ନ ପ୍ରକାର ଫଳ ମିଶାଇ ‘ଫଳ ପଲାଉ’ ତିଆରି କରିପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ହେବା ସହ ଛୋଟପିଲା ହୁଅନ୍ତୁ ବା ବଡ଼ ଲୋକ ସମସ୍ତଙ୍କୁ ପସନ୍ଦ ଆସିବ।

ଆବଶ୍ୟକୀୟ ସାମଗ୍ରୀ

ବାସୁମତୀ ଚାଉଳ, କଳା ଅଙ୍ଗୁର,ଗ୍ରୀନ୍‌ ଅଙ୍ଗୁର, ସେଓ, ଡାଳିମ୍ବ, ଚେରୀ, କାଜୁ, କିସ୍‌ମିସ୍‌, ପିସ୍ତା ବାଦାମ, ଜିରା, ଲୁଣ, ତେଲ ଏବଂ ଆମ୍ବ ସଢ଼ା।

ପ୍ରସ୍ତୁତି ପ୍ରଣାଳୀ

      ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ କିଛି ପାଣି ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପାଣି ପୁଟିଲା ପରେ ସେଥିରେ ଲୁଣ, ଜିରା ଏବଂ ଦୁଇ ଚାମଚ ତେଲ ପକାନ୍ତୁ। ତେଲ ପକାଇ ସାରିଲା ପରେ ପୂର୍ବରୁ ଭିଜା ହୋଇଥିବା ବାସୁମତୀ ଚାଉଳ ପକାଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। (ଆପଣ ରୋଷେଇ କରିବାର କିଛି ସମୟ ପୂର୍ବରୁ ବାସୁମତୀ ଚାଉଳକୁ ଭିଜାଇ ରଖିଥିବେ) ଭାତ ପାଣିରେ ତେଲ ପକାଇଲେ ଭାତ ଲାଗି ନ ରହି ଗୋଟା ଗୋଟା ରହିବ। ତା’ ପରେ ଚାଉଳକୁ ୧୦ ମିନିଟ୍‌ ଫୁଟିବା ଯାଏଁ ଛାଡ଼ି ଦିଅନ୍ତୁ। ମଝିରେ ମଝିରେ ଏହାକୁ ଗୋଳାଉଥିବେ। ଏହା ପରେ ଭାତ ହୋଇଗଲା ପରେ ଏକ ପାତ୍ରକୁ ଛାଣି ରଖନ୍ତୁ। ଏହା ପରେ ଏକ କଡ଼େଇ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ କାଜୁ, କିସ୍‌ମିସ୍‌, କଳା ଅଙ୍ଗୁର, ଗ୍ରୀନ୍‌ ଅଙ୍ଗୁର, ଡାଳିମ୍ବ, ସେଓ ଏବଂ ଲୁଣ ପକାଇ ଅଳ୍ପ ଭାଜନ୍ତୁ।  ତା ପରେ ସେଥିରେ ପୂର୍ବରୁ ଥିବା ଭାତ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଗୋଳାଇ ସାରିଲା ପରେ ସେଥିରେ ପିସ୍ତା ବାଦାମ, ଚେରୀ ,ଏବଂ ଆମ୍ବ ସଢ଼ା ପକାଇ ଗୋଳାଇ ଦିଅନ୍ତୁ। ତା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଫଳ ପଲାଉ।

ଏହାକୁ କୌଣସି ପୂଜା ପର୍ବରେ ଆପଣ ତିଆରି କରି ପାରିବେ। ଆମିଷ ଖାଉ ନଥିବା ବ୍ୟକ୍ତିଙ୍କ ପାଇଁ ଏହା କେଉଁ ବିରିୟାନି ଠାରୁ ମଧ୍ୟ କମ୍‌ ନୁହେଁ। ଫଳ ଖାଇବାକୁ ପସନ୍ଦ କରୁନଥିବା ଛୋଟ ପିଲାଙ୍କୁ ମଧ୍ୟ ଏହି ‘ଫଳ ପଲାଉ’ ତିଆରି କରି ଖାଇବାକୁ ଦେଇ ପାରିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.