Loading...

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ''କଞ୍ଚାଲଙ୍କା ରସୁଣ ଆଚାର''

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ''କଞ୍ଚାଲଙ୍କା ରସୁଣ ଆଚାର''

ଲଙ୍କାକୁ ଲୁଣରେ ଗୋଳାଇ ୨ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ତେନ୍ତୁଳିକୁ ଭିନେଗାରରେ ପକାଇ ଦୁଇଘଣ୍ଟା ରଖନ୍ତୁ। ବର୍ତ୍ତମାନ ଏକ ବଡ଼ କଡ଼େଇରେ ସୋରିଷ ତେଲକୁ ଗରମ କରି ସେଥିରେ ଲାଲ୍‌ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାନ୍ତୁ। ଟିକେ ଭାଜି ହୋଇଗଲେ ସେଥିରେ ଅଦା ଓ ରସୁଣ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ।

ଆବଶ୍ୟକୀୟ ସାମଗ୍ରୀ: ୧୦ଟି କଟା ହୋଇଥିବା କଞ୍ଚା ଲଙ୍କା ୧ କପ୍‌ ଲୁଣ ଅଧା କପ୍‌ ସୋରିଷ ତେଲ ୧ ଚାମଚ ଲାଲ୍‌ ଲଙ୍କାଗୁଣ୍ଡ ୧ ଚାମଚ ହଳଦୀ ଗୁଣ୍ଡ ୨୦୦ ଗ୍ରାମ ଛୋଟ କଟା ଅଦା ୨୫୦ ଗ୍ରାମ ଛୋଟ କଟା ରସୁଣ ୧୦୦ ଗ୍ରାମ ଜିରା ଗୁଣ୍ଡ ୨୦୦ ଗ୍ରାମ ସୋରିଷ ଗୁଣ୍ଡ ୧ କପ୍‌ ଚିନି ୨୦୦ ଗ୍ରାମ ତେନ୍ତୁଳି ୩ କପ୍‌ ଭିନେଗାର ପ୍ରସ୍ତୁତି ପ୍ରଣାଳୀ: ଲଙ୍କାକୁ ଲୁଣରେ ଗୋଳାଇ ୨ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ତେନ୍ତୁଳିକୁ ଭିନେଗାରରେ ପକାଇ ଦୁଇଘଣ୍ଟା ରଖନ୍ତୁ। ବର୍ତ୍ତମାନ ଏକ ବଡ଼ କଡ଼େଇରେ ସୋରିଷ ତେଲକୁ ଗରମ କରି ସେଥିରେ ଲାଲ୍‌ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାନ୍ତୁ। ଟିକେ ଭାଜି ହୋଇଗଲେ ସେଥିରେ ଅଦା ଓ ରସୁଣ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ। ୫ ମିନିଟ୍‌ ଭାଜିବା ପରେ ସେଥିରେ ଜିରା ଓ ସୋରିଷ ଗୁଣ୍ଡ ପକାନ୍ତୁ। ଏବେ ତେନ୍ତୁଳି ଓ ଭିନେଗାର ମିଶ୍ରଣ ପକାଇ ଭଲଭାବେ ଗୋଳାନ୍ତୁ। ମିକଶ୍ଚର ପ୍ରସ୍ତୁତ ହୋଇଯିବା ପରେ ୧ କପ୍‌ ଚିନି ପକାଇ ହାଲ୍‌କା ଆଞ୍ଚରେ ଧୀରେ ଧୀରେ ରାନ୍ଧନ୍ତୁ। ଶେଷରେ କଞ୍ଚା ଲଙ୍କା ପକାଇ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ କମ୍‌ ଆଞ୍ଚରେ ସିଝିବାକୁ ଛାଡ଼ିଦିଅନ୍ତୁ। କଡେଇରୁ ଚିକ୍କଣ ଅଂଶ ଛାଡ଼ିବାକୁ ଲାଗିଲେ ଗ୍ୟାସ ବନ୍ଦ କରି ଏକ ପାତ୍ରରେ କାଢ଼ି ପରଷନ୍ତୁ କଞ୍ଚା ଲଙ୍କା ଆଚାର। ଆପଣ ଏହାକୁ ଭାତ କିମ୍ବା ରୁଟି ସହ ମଧ୍ୟ ଖାଇପାରିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.