Recipes & Food

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ ‘କଡାଇ ଛତୁ’

Untitled 1

ଆବଶ୍ୟକ ସାମଗ୍ରୀ

୨୫୦ ଗ୍ରାମ ଛତୁ, ଗୋଟିଏ ଆଳୁ, ୨ ଚାମଚ ବଟା ସୋରିଷ, ଅଧା ଚାମଚ ବଟା ରସୁଣ, ୧ ଚାମଚ କଟା କଞ୍ଚାଲଙ୍କା, ଅଧା ଚାମଚ ହଳଦୀ, ଅଧା ଚାମଚ ଗୁଣ୍ଡ ଲଙ୍କା, ଗୋଟିଏ କଟା ଟମଟୋ, ଅଧା କପ ସୋରିଷ ତେଲ ଓ ସ୍ଵାଦ ଅନୁସାରେ ଲୁଣ।

 

ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଛତୁକୁ କାଟି ଧୋଇ ଚିପୁଡି ଏକ ପାତ୍ରରେ ରଖନ୍ତୁ। ଆଲୁକୁ ଛୋଟ ଖଣ୍ଡରେ କାଟି ଛତୁରେ ମିଶାନ୍ତୁ। ସେଥିରେ ବଟା ସୋରିଷ, ବଟା ରସୁଣ, ୧ ଚାମଚ କଟା କଞ୍ଚାଲଙ୍କା, ଅଧା ଚାମଚ ହଳଦୀ, ଅଧା ଚାମଚ ଗୁଣ୍ଡ ଲଙ୍କା, ଗୋଟିଏ କଟା ତମଟୋ, ଅଧା କପ ସୋରିଷ ତେଲ ଓ ସ୍ଵାଦ ଅନୁସାରେ ଲୁଣ ପକେଇ ଗୋଳେଇ ଦିଅନ୍ତୁ। ଏବେ ଆଞ୍ଚରେ କଡେଇ ବସାଇ ସେଥିରେ ଛତୁ ମିଶ୍ରଣକୁ ଢାଳି ଗୋଳାନ୍ତୁ ଏବଂ ଢାଙ୍କୁଣୀ ବନ୍ଦକରି ମାଧ୍ୟମ ଆଞ୍ଚରେ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ରାନ୍ଧନ୍ତୁ। ତେବେ ମଝିରେ ମଝିରେ ଏହାକୁ ଗୋଳାଊ ଥିବେ। ଆବଶ୍ୟକ ମୁତାବକ ପାଣିଦେଇ ପାରନ୍ତି ଏବଂ ଆଞ୍ଚ ମଧ୍ୟ କମାଇଦେଇପାରିବେ। ଏବେ ପ୍ରସ୍ତୁତ ହୋଇଗଲା କଡାଇ ଛତୁ। ରୁଟି କିମ୍ବା ପରଟା ସାଙ୍ଗରେ ଖାଇବାକୁ ଦିଅନ୍ତୁ।
ପଢନ୍ତୁ: ବର୍ଷା ପାଗରେ ଗରମ ଗରମ ଚାହା ସହ ମଜା ନିଅନ୍ତୁ ‘ସ୍ୱିଟ୍ ଚିଲି ବାଦାମ’ର

Related posts

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ବ୍ରେଡ ହାଲୁଆ

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଫିସ୍‌ ଅମ୍‌ଲେଟ୍”

Ratnamani Moharana

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଠ କାଶ୍ମୀରି ଚିକେନ୍‌ ପଲଉ

ENO Beuro

Leave a Comment