EnewsOdia.Com

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘କଦଳୀ ପତ୍ର ଚିକେନ୍‌’

ଆବଶ୍ୟକ ସାମଗ୍ରୀ

ଚିକେନ୍‌, କଦଳୀ ପତ୍ର, ଅଦା ରସୁଣ ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, କଞ୍ଚା ଲଙ୍କା, ଜିରା ଓ ଧନିଆ ବଟା, ତେଲ, ସୂତା ଓ ପାଣି।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନ୍‌କୁ ଏକ ପାତ୍ରରେ ରଖି ମ୍ୟାରିନେଟ୍‌ କରି ଦିଅନ୍ତୁ। ମ୍ୟାରିନେଟ୍‌ କରିବା ପାଇଁ ସେଥିରେ ଜିରା, ଧନିଆ ବଟା, ଅଦା ଓ ରସୁଣ ବଟା, ହଳଦୀ ଗୁଣ୍ଡ, ଲୁଣ, ଗରମ ମସଲା, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା ଓ ତେଲ ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତା’ପରେ ମସଲା ଚିକେନ୍‌ରେ ଭଲ ଭାବେ ମିଶିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏବେ କଦଳୀ ପତ୍ରକୁ ଛୋଟ ଛୋଟ କରି କାଟିଦେଇ ତା’ଉପରେ ତେଲ ମାରି ଦିଅନ୍ତୁ। ମ୍ୟାରିନେଟ୍‌ ହୋଇ ରହିଥିବା ଚିକେନ୍‌କୁ ସେଥିରେ ରଖନ୍ତୁ। ଏହାକୁ ଭଲ ଭାବେ ସୂତାରେ ଗୁଡ଼ାଇ ଦିଅନ୍ତୁ। ଏହାପରେ ଚୁଲିରେ ତାୱା ବସାନ୍ତୁ। ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ କଦଳୀ ପତ୍ରରେ ଗୁଡ଼ା ହୋଇ ରହିଥିବା ଚିକେନ୍‌କୁ ସେଥିରେ ଦିଅନ୍ତୁ। ଗୋଟିଏ ପଟ ସିଝିବା ପରେ ଅନ୍ୟପଟ ଲେଉଟାଇ ସିଝାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କଦଳୀ ପତ୍ର ଚିକେନ୍‌।  କଦଳୀ ପତ୍ରରୁ ଚିକେନ୍‌ ବାହାର କରି ଗରମ ଗରମ ଚିକେନ୍‌ର ମଜା ନିଅନ୍ତୁ।

ପଢନ୍ତୁ: ସ୍ୱାଦରେ ଜବରଦସ୍ତ ପନୀର ଭୁର୍ଜି, ମିନିଟରେ ହେବ ପ୍ରସ୍ତୁତ

ସମ୍ବନ୍ଧିତ ଖବର

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ “ଚେତ୍ତିନାଦ ଚିକେନ୍‌”

Ratnamani Maharana

ଆଜି ହିଁ ଟ୍ରାଏ କରନ୍ତୁ ଆମଲେଟ୍‌ ବର୍ଗର

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଦହି ମାଛ’

Ratnamani Maharana

ଆସନ୍ତୁ ପ୍ରସ୍ତୁତ କରିବା ସ୍ଵାଦିଷ୍ଟ ‘ପୋହଳା ବେସର’

Ratnamani Maharana

ପ୍ରସ୍ତୁତ କରନ୍ତୁ ‘ସୁଫିଆନା ପନିର ଟିକା’

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘କରାରେ ଆଳୁ’

Ratnamani Maharana