ଆସନ୍ତୁ ତିଆରି କରିବା କଦଳୀରେ ପ୍ରସ୍ତୁତ ସ୍ଵାଦିଷ୍ଟ “କଦଳୀ ପୁରି”

recipe of banana puri

କଞ୍ଚା କଦଳୀ ଆମ ସ୍ବାସ୍ଥ୍ୟକୁ ବହୁତପ୍ରକାରର ଫାଇଦା ଦେଇଥାଏ। କେହି କେହି କଦଳୀ ଭଜା, ତରକାରୀ,  ଚିପ୍ସ, ପକୋଡି ତ ଖାଇଥିବେ କେବେ କଦଳୀରେ ପ୍ରସ୍ତୁତ ପୁରି ଖାଇଛନ୍ତିକି ଯଦି ନା ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ କଦଳୀରୁ ପ୍ରସ୍ତୁତ ହେଉଥିବା ଏକ ନୁଆ ରେସିପି। ଏହି ପୁରିକୁ ପ୍ରସ୍ତୁତ କରିବା ବହୁତ ସହଜ ଆପଣଙ୍କ ପାଇଁ କାରଣ ଏହାକୁ ଆପଣ ସହଜରେ ଘରେ ପ୍ରସ୍ତୁତ କରିପାରିବେ।

ଆବଶ୍ୟକୀୟ ସାମଗ୍ରୀ

ଅଟା – ୧/୨ କିଲୋ
କଞ୍ଚା କଦଳୀ – ୫ଟି
ଧନିଆ ପତ୍ର – ୧/୨ ଟେବୁଲ ଚାମଚ
କଞ୍ଚା ଲଙ୍କା – ୩ଟି
ହଳଦି – ୧/୨ ଟେବୁଲ ଚାମଚ
ଜୁଆଣି – ୧/୨ ଟେବୁଲ ଚାମଚ
ଲୁଣ – ସ୍ବାଦଅନୁସାରେ
ତେଲ – ସାମଗ୍ରୀର ପରିମାଣ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପ୍ରେସର କୁକରରେ କଞ୍ଚା କଦଳୀ ଆବଶ୍ୟକଅନୁସାରେ ପାଣି ମିଶାଇ ତାହାକୁ ସିଝାଇବା ପାଇଁ ଛାଡି ଦିଅନ୍ତୁ। କୁକରରେ ଦୁଇଟି ସିଟି ଆସିବା ପରେ କୁକରକୁ ବନ୍ଦ କରିଦିଅନ୍ତୁ। ଏବେ କଦଳୀକୁ କୁକରରୁ ବାହାର ଚୋପା ଛଡେଇ ଦିଅନ୍ତୁ ତାପରେ ଉକ୍ତ କଦଳୀକୁ ଭଲଭାବେ ଚକଟି ଦିଅନ୍ତୁ। କଦଳୀର ମଝି ଅଂଶକୁ ହଟାଇ ଦିଅନ୍ତୁ । ଧନିଆ ପତ୍ର ଏବଂ କଞ୍ଚା ଲଙ୍କାକୁ ଛୋଟ ଛୋଟ କାଟି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ଅଟା ବାହାର କରି ସେଥିରେ ତେଲ, ଚକଟି ଥିବା କଦଳୀ, ଧନିଆ ପତ୍ର, କଞ୍ଚା ଲଙ୍କା, ସବୁଜ ଲଙ୍କା, ଲାଲ ଲଙ୍କା ପାଉଡର, ହଳଦି ପାଉଡର ଏବଂ ଜୁଆଣି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରେ ଆବଶ୍ୟକ ଅନୁସାରେ ପାଣି ମିଶାଇ ଚକଟି ଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେପରି ପାଣି ଅଧିକ ନ ହୋଇଯାଏ। ଏବେ ଅଟାର ଗୋଲା ପ୍ରସ୍ତୁତ କରିଦିଅନ୍ତୁ। ଏବେ ସେହି ଗୋଲାକୁ ବେଲି ଦିଅନ୍ତୁ। କଡାଇରେ ତେଲ ଗରମ କରି ସେଥିରେ ଏହି ବେଲା ହୋଇଥିବା ପୁରିକୁ ଛାଣନ୍ତୁ ଏହା ହୋଇଗଲା ପରେ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ଗରମ ଗରମ କଦଳୀ ପୁରୀକୁ କୌଣସି ତରକାରି ସହିତ କିମ୍ବା ଚଟଣୀ ସହିତ ଖାଇବାକୁ ଦେଇପାରିବେ।

ପଢନ୍ତୁ: ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ସୁସ୍ଵାଦୁ ମଲାଇ କୋବି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More