Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ‘କସ୍ତୁରୀ କବାବ୍’

kabab

ଆବଶ୍ୟକ ସାମଗ୍ରୀ

ବୋନ୍‌ଲେସ୍ ଚିକେନ୍‌, କସ୍ତୁରୀ ମେଥି, କଞ୍ଚା ଅଣ୍ଡା, ଅଦା ରସୁଣ ବଟା, ଚାଟ ମସଲା, ତେଲ, ଚିଜ୍, କାଜୁ ବଟା, ଫ୍ରେସ୍ କ୍ରିମ୍, ଧଳା ଗୋଲମରିଚ, ଧଣିଆ ପତ୍ର,ଲେମ୍ବୁ ରସ, ଚିଲି ପାଉଡ଼ର, ଧନିଆ ପାଉଡ଼ର, ଜିରା ପାଉଡ଼ର, କଳା ଲୁଣ ଏବଂ ସ୍ଵାଦଅନୁସାରେ ସାଧା ଲୁଣ।

ପ୍ରସ୍ତୁତ ପ୍ରଣାଳୀ

ଚିକେନ୍‌କୁ ଭଲଭାବେ ଧୋଇ ନିଅନ୍ତୁ । ଏହାପରେ ଏଥିରେ ଅଦା ରସୁଣ ବଟା, ଲେମ୍ବୁ ରସ, ଚିଲି ପାଉଡ଼ର, ଧନିଆ ପାଉଡ଼ର, ଜିରା ପାଉଡ଼ର, କଳା ଲୁଣ, ଚାଟ ମସଲା, ତେଲ, ଚିଜ୍, କାଜୁ ବଟା, ଫ୍ରେସ୍ କ୍ରିମ୍, ଧଳା ଗୋଲମରିଚ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରୁ ଚିକେନ ଖଣ୍ଡକୁ ଆଣି ତନ୍ଦୁର ସିକ୍‌ରେ ସେକନ୍ତୁ।

କିଛି ସମୟ ପରେ ଏହାକୁ ବାହାର କରିଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ କଞ୍ଚା ଅଣ୍ଡା, କସ୍ତୁରୀ ମେଥି, କଳା ଲୁଣ ଓ ଅଳ୍ପ ଧନିଆ ପତ୍ର ପକାଇ ଫେଣ୍ଟିଦିଅନ୍ତୁ। ଏବେ ଏହି ମିଶ୍ରଣକୁ ସେକା ହୋଇଥିବା ଚିକେନ୍ ଖଣ୍ଡରେ ଲେପ ଦେଇ ପୁଣି ତନ୍ଦୁର ସିକ୍‌ରେ ସେକନ୍ତୁ। ସିଜିଗଲା ପରେ ଏହାକୁ କାଢି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ଵାଦିଷ୍ଟ ‘କସ୍ତୁରୀ କବାବ’।

ପଢନ୍ତୁ; ଜମ୍ମୁ-କଶ୍ମୀରରେ ହେବନି ବିଧାନସଭା ନିର୍ବାଚନ

Related posts

ପ୍ରସ୍ତୁତ କରନ୍ତୁ ମେଥି କର୍ନ ପଲଉ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଷ୍ଟିମ୍‌ଡ୍‌ ଲେମନ୍‌ ଫିଶ୍‌’

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଆଚାରୀ ଚିକେନ”

Ratnamani Moharana

Leave a Comment