Recipes & Food

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ‘ମାଛ ମୁଣ୍ଡ ଘାଣ୍ଟ’

Maxresdefault

ପ୍ରସ୍ତୁତି ପ୍ରଣାଳୀ

ଭାକୁଡ଼ ମାଛ ମୁଣ୍ଡ – ୧ଟି,ଚଣା ଡ଼ାଲି – ୧ କପ୍, ବିଲାତି – ୨ଟି, ଆଳୁ – ୧ଟି, ଅଦା-ରସୁଣ ପେଷ୍ଟ – ୧ ଟେବୁଲ୍-ଚାମଚ,ପିଆଜ – ୨ଟି, ଜିରା – ୧ ଚାମଚ, ଶୁଖିଲା ଲଙ୍କା – ୫ଟି, ହଳଦୀ ଗୁଣ୍ଡ – ୧/୪ ଚାମଚ, ଜିରା ଗୁଣ୍ଡ – ୧/୨ ଚାମଚ, ଧନିଆ ଗୁଣ୍ଡ – ୧ ଚାମଚ, ଗରମ ମସଲା ଗୁଣ୍ଡ – ୨ ଚିମୁଟା, ଲୁଣ- ସ୍ୱାଦ ଅନୁସାରେ, ତେଜ ପତ୍ର ୨ଟି, ଡାଲଚିନି – ୧ ଇଞ୍ଚ, ତେଲ – ଆବଶ୍ୟକ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚଣା ଡ଼ାଲି କୁ ଧୋଇ ୨-୩ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ । ମାଛ ମୁଣ୍ଡକୁ ଧୋଇ ଏଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ । ବିଲାତି ଓ ଆଳୁ କୁ ଛୋଟ ଛୋଟ କରି କାଟି ରଖନ୍ତୁ । ପ୍ୟାନ୍ ରେ ୨ ଚାମଚ ତେଲ ଗରମ କରି ମାଛ ମୁଣ୍ଡ ପକାଇ ବାଦାମୀ ରଙ୍ଗ ଆସିବା ଯାଏ ଭାଜନ୍ତୁ ଓ ଏହାକୁ ଚୁନା ଚୁନା କରି ଭାଙ୍ଗି ଦିଅନ୍ତୁ । ଏହାପରେ ପ୍ରେସର୍ କୁକର୍ ରେ ଚଣା ଡ଼ାଲି, ଅଳ୍ପ ପାଣି, ଲୁଣ ଓ ହଳଦୀ ଦେଇ ଗୋଟେ ସିଟି ମାରିବା ଯାଏ ରାନ୍ଧନ୍ତୁ । ପରେ ଏକ ପ୍ୟାନ୍ ରେ ୫ ଚାମଚ ତେଲ ଦେଇ ଆଳୁ କାଟି ୩-୪ ମିନିଟ୍ ଭାଜି ଅଲଗା କରି କାଢି ରଖନ୍ତୁ । ପରେ ଶୁଖିଲା ଲଙ୍କା, ତେଜ ପତ୍ର ଓ ଜିରା ଦେଇ ଫୁଟାନ୍ତୁ । ପରେ ପିଆଜ ଦେଇ ବାଦାମୀ ରଙ୍ଗ ଆସିବା ଯାଏ ଭାଜନ୍ତୁ । ପରେ ଅଦା-ରସୁଣ ପେଷ୍ଟ ଓ ଅଳ୍ପ ଲୁଣ ଦେଇ ଭାଜନ୍ତୁ । ପରେ ହଳଦୀ, ଜିରା, ଧନିଆ ଗୁଣ୍ଡ ପକାଇ ଭାଜନ୍ତୁ । ମସଲା କୁ ୫ ମିନିଟ୍ ଯାଏ ଧିମା ଆଞ୍ଚରେ ରାନ୍ଧନ୍ତୁ । ପରେ କଟା ବିଲାତି ପକାଇ ୫ ମିନିଟ୍ ଯାଏ ରାନ୍ଧନ୍ତୁ ।

ଏହାପରେ ଭଜା ମାଛ ମୁଣ୍ଡ ଓ ସିଝା ଡ଼ାଲି ପକାଇ ୫ ମିନିଟ ଯାଏ ରାନ୍ଧନ୍ତୁ । ପରେ ୧.୫ କପ୍ ପାଣି ଦେଇ ଧିମା ଆଞ୍ଚରେ ୧୦-୧୫ ମିନିଟ୍ ଯାଏ ଫୁଟାନ୍ତୁ । ପରେ କିଛି ଗରମ ମସଲା ଗୁଣ୍ଡ ପକାନ୍ତୁ । ଏବେ ଆଞ୍ଚରୁ ଓହ୍ଲାଇ ଗରମା ଗରମ ପରସନ୍ତୁ । ଏହାକୁ ମାଛ ମୁଣ୍ଡ ଛେଞ୍ଚେଡା ମଧ୍ୟ କୁହାଯାଏ।

ପଢନ୍ତୁ: କେବେ ପ୍ରସ୍ତୁତ କରିଛନ୍ତି କି ‘କଞ୍ଚାଲଙ୍କା ମାଂସ’! ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ଭେଜିଟେବଲ କଟଲେଟ୍‌

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ପାଓ ଭାଜି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

ENO Beuro

ଆସନ୍ତୁ ଜାଣିବା କେମିତି ତିଆରି କରିବେ ଚିଙ୍ଗୁଡି କୋରମା ?

ENO Beuro

1 comment

Leave a Comment