Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ମସଲା ଆଳୁ ପୁରୀ”

Untitled 1

ଆବଶ୍ୟକ ସାମଗ୍ରୀ

ଅଟା – ୩୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
ସୁଜି – ୩ ଚାମଚ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଜିରା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଜୁଆଣି – ଅଳ୍ପ
କଟା ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ସିଝା ଆଳୁ – ୨ ଟି

ପ୍ରସ୍ତୁତି ପ୍ରଣାଳୀ

ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଅଟା , ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ସୁଜି , ଜୁଆଣି , ଜିରା ଗୁଣ୍ଡ, କଟା ଧନିଆ ପତ୍ର,ସିଝା ଆଳୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ପାଣି ପକାଇ ଭଲ ଭାବେ ଚକଟି ୧୫ ମିନିଟ ରଖି ଦିଅନ୍ତୁ। ୧୫ ମିନିଟ ପରେ ଏଥିରେ ୨ ଚାମଚ ତେଲ ପକାଇ ପୁଣି ଭଲ ଭାବେ ଚକଟି ଦିଅନ୍ତୁ। ଏହି ଚକଟାରୁ ଛୋଟ ଛୋଟ ଗୁଳା କରି ପୁରୀ ଆକୃତିର ବେଲି ଏକ ପାତ୍ରରେ ରଖନ୍ତୁ । ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବେଲି ଥିବା ପୁରୀକୁ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

ପଢନ୍ତୁ: ଆସନ୍ତୁ ତିଆରି କରିବା “ବେଙ୍ଗଲୀ ଷ୍ଟାଇଲ୍‌ ଫିଶ୍‌ ଫ୍ରାଏ”

Related posts

ପ୍ରସ୍ତୁତ କରନ୍ତୁ କଦଳୀ ମଞ୍ଜା କଟ୍‌ଲେଟ୍, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଆସନ୍ତୁ ତିଆରି କରିବା ‘ଗୋଟା ବାଇଗଣ ବେସର’

Ratnamani Moharana

ଘରେ ପ୍ରସ୍ତୁତ କରନ୍ତୁ ପାଳଙ୍ଗ ବରା

ENO Beuro

1 comment

ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଖଟା ମିଠା ଚଟପଟା ମାଛ ତରକାରୀ August 21, 2019 at 4:34 pm

[…] ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ମସଲା ଆଳ… […]

Leave a Comment