Loading...

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ମଶରୁମ ପକୋଡା’

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ମଶରୁମ ପକୋଡା’

ପ୍ରଥମେ ପିଆଜ, ଛତୁ, କଞ୍ଚା ଲଙ୍କା ଆଦିକୁ କାଟି ରଖନ୍ତୁ । ଏବେ ଏକ ପାତ୍ରରେ ସମସ୍ତ ପରିବା, ବ୍ରେଡ଼ କମ ପାଉଡର, କର୍ନ ଫ୍ଲୋର, ଲଙ୍କା ଗୁଣ୍ଡ ଭଲ ଭାବେ ମିଶେଇ ଦିଅନ୍ତୁ ।

ସନ୍ଧ୍ୟା ସମୟରେ ସାଧାରଣତଃ କିଛି ଗରମ ଗରମ ଚଟପଟା ଖାଦ୍ୟ ଖାଇବାକୁ ଇଛା ହୋଇଥାଏ । ତେଣୁ କେତେ ଜଣ ଏହି ଦିନରେ ବିଭିନ୍ନ ପ୍ରକାର ବିଶେଷ ଖାଦ୍ୟ ମାନ ମଧ୍ୟ ପ୍ରସ୍ତୁତ କରିଥାନ୍ତି ।  ତେଣୁ ଆପଣଙ୍କ ଶୀତ ସନ୍ଧ୍ୟାକୁ କିଛିଟା ମଜାଦାର କରିବାକୁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ଟେଷ୍ଟି ମସ୍ରୁମ ପକୋଡା’ । ତେବେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ।

ଆବଶ୍ୟକୀୟ ସାମଗ୍ରୀ :

ମସରୁମ – ୧ କପ, ବ୍ରେଡ କମ ପାଉଡର – ୨ କପ, କଞ୍ଚା ଲଙ୍କା – ୪ଟି,  ପିଆଜ – ୨ଟି, ରୋଷଟେଡ଼ କୋବି – ୧ କପ, ଚିଜ କ୍ୟୁବ- ୧ କପ, ଲଙ୍କା ଗୁଣ୍ଡ – ୨ ଚାମଚ,  ଧନିଆ ପତ୍ର – ଅଧା ଚାମଚ,  କର୍ନ ଫ୍ଲୋର ପାଉଡର – ୨ ଚାମଚ, ତେଲ – ଆବଶ୍ୟକତା ଅନୁସାରେ, ଲୁଣ – ସ୍ୱାଦ ଅନୁଯାୟୀ।

ପ୍ରସ୍ତୁତି ପ୍ରଣାଳୀ  

ପ୍ରଥମେ ପିଆଜ, ଛତୁ, କଞ୍ଚା ଲଙ୍କା ଆଦିକୁ କାଟି ରଖନ୍ତୁ । ଏବେ ଏକ ପାତ୍ରରେ ସମସ୍ତ ପରିବା, ବ୍ରେଡ଼ କମ ପାଉଡର, କର୍ନ ଫ୍ଲୋର, ଲଙ୍କା ଗୁଣ୍ଡ ଭଲ ଭାବେ ମିଶେଇ ଦିଅନ୍ତୁ । ଏବେ ଚିଜକୁ ମିଶେଇ ଦିଅନ୍ତୁ। ଏବେ ଏଥିରେ ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ଗୋଳେଇ ଦିଅନ୍ତୁ । ଧ୍ୟାନ ରଖିବେ ଘୋଳ ଟି ଯେମିତି ବିଣ୍ଡା ନ ବାନ୍ଧିଯାଏ । ଏବେ ଚୁଲିରେ ମିଡିୟମ ଅଣ୍ଚାରେ କଡେଇ ବସେଇ ଦିଅନ୍ତୁ । ସେଥିରେ ଦରକାର ଅନୁଯାୟୀ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଛତୁ ମିଶ୍ରଣକୁ ଗୋଟି ଗୋଟି କରି ଛାଣି ଦିଅନ୍ତୁ । ଗୋଲଡେନ ବ୍ରାଉନ ହେବା ପର‌୍ୟ୍ୟନ୍ତ ଭାଜନ୍ତୁ । ପ୍ରସ୍ତୁତ ହୋଇଗଲା ଚାଟୁ ପକୋଡା ଏବେ ଏହାକୁ ଚଟଣି କିମ୍ବା ସସ ସହିତ ଖାଆନ୍ତୁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.