Loading...

ଶୀତଦିନେ ତିଆରି କରନ୍ତୁ ସ୍ବାସ୍ଥ୍ୟକର ମେଥି ସୁପ୍‌

ଶୀତଦିନେ ତିଆରି କରନ୍ତୁ ସ୍ବାସ୍ଥ୍ୟକର ମେଥି ସୁପ୍‌

ଏକ ପ୍ୟାନ୍‌ରେ ଦୁଇ କପ୍‌ ପାଣି ଫୁଟାନ୍ତୁ। ଏବେ ଏଥିରେ ମେଥି ଦାନା ପକାନ୍ତୁ। ଏହାକୁ ୫ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ଭଲ ଭାବେ ଫୁଟିଲେ ଏକ ପାତ୍ରକୁ ବାହାର କରନ୍ତୁ।

ଶୀତଦିନେ ଗରମ ଗରମ ଖାଦ୍ୟ ଖାଇବାର ମଜା କିଛି ଅଲଗା। ତେବେ ଆପଣ ସକାଳ ଜଳଖିଆରେ ସ୍ୟାଣ୍ଡୱିଚ୍‌ କିମ୍ବା ଟୋଷ୍ଟ ସହିତ ମେଥି ସୁପ୍‌ ଟ୍ରାଏ କରିପାରିବେ। ଶୀତଦିନେ ଏହା ହେଉଛି ସବୁଠାରୁ ସ୍ବାସ୍ଥ୍ୟକର ବିକଳ୍ପ।

ଆବଶ୍ୟକୀୟ ସାମଗ୍ରୀ

୧ ମୁଠା ମେଥି ଦାନା, ଏକ କପ୍‌ କଟା ଟମାଟୋ, ସ୍ବାଦ ଅନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ, ଭଜା ଜିରା ଗୁଣ୍ଡ, ଲେମ୍ବୁ ରସ, ୧୦ରୁ ୧୨ଟି ପୁଦିନା ପତ୍ର।

ପ୍ରସ୍ତୁତି ପ୍ରଣାଳୀ

ଏକ ପ୍ୟାନ୍‌ରେ ଦୁଇ କପ୍‌ ପାଣି ଫୁଟାନ୍ତୁ। ଏବେ ଏଥିରେ ମେଥି ଦାନା ପକାନ୍ତୁ। ଏହାକୁ ୫ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହା ଭଲ ଭାବେ ଫୁଟିଲେ ଏକ ପାତ୍ରକୁ ବାହାର କରନ୍ତୁ। ଏବେ ଗ୍ରାଇଣ୍ଡରରେ ଏହି ସିଝା ମେଥି ରଖନ୍ତୁ। ଏଥିରେ ୪ ଚାମଚ ପାଣି ଦେଇ ଗ୍ରାଇଣ୍ଡିଂ କରନ୍ତୁ। ଏହି ମେଥି ପେଷ୍ଟକୁ ଏକ ପାତ୍ରକୁ ବାହାର କରନ୍ତୁ। ଏହା ପରେ କଟା ଟମାଟୋକୁ ମଧ୍ୟ ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏକ କଡ଼େଇ ଗ୍ୟାସ୍‌ରେ ବସାଇ ମେଥି ଏବଂ ଟମାଟୋ ପେଷ୍ଟକୁ ଢାଳି ଫୁଟାନ୍ତୁ। ଏଥିସହିତ ଲୁଣ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କଳା ଲୁଣ ପକାଇ କିଛି ସମୟ ସିଝାନ୍ତୁ। ପରେ ଲେମ୍ବୁ ରସ ଏବଂ ପୁଦିନା ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଗିନାକୁ ସୁପ୍‌ ବାହାର କରନ୍ତୁ। ଏହା ଉପରେ ପୁଦିନା ପତ୍ର ପକାଇ ଗରମ ଗରମ ପରଷନ୍ତୁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.