Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ମେଥି ସୁପ୍‌

me

ଆବଶ୍ୟକ ସାମଗ୍ରୀ

ମେଥି ଦାନା,ଗୋଲମରିଚ ଗୁଣ୍ଡ, ଭଜା ଜିରା ଗୁଣ୍ଡ, ଲେମ୍ବୁ ରସ, ଟମାଟୋ, ଲୁଣ, ପୁଦିନା ପତ୍ର।

କିପରି ତିଆରି କରିବେ

ପ୍ରଥମେ ଦୁଇ କପ ପାଣି ଗରମ କରନ୍ତୁ। ତାପରେ ଏଥିରେ ମେଥି ପକାନ୍ତୁ। ଏହାକୁ ୧୦ ମିନିଟ ଛାଡି ଦିଅନ୍ତୁ। ଏହା ଭଲ ଭାବେ ଫୁଟିଗଲେ ଏହାକୁ ଏକ ପାତ୍ରକୁ ବାହାର କରନ୍ତୁ। ଏବେ ଗ୍ରାଇଣ୍ଡରରେ ଅଳ୍ପ ପାଣି ଦେଇ ମେଥିକୁ ଗ୍ରାଇଣ୍ଡିଂ କରନ୍ତୁ। ଏହି ମେଥି ପେଷ୍ଟକୁ ଏକ ପାତ୍ରକୁ ବାହାର କରନ୍ତୁ। ଏହା ପରେ କଟା ଟମାଟୋକୁ ମଧ୍ୟ ଗ୍ରାଇଣ୍ଡିଂ କରନ୍ତୁ।

ବର୍ତ୍ତମାନ ଗ୍ୟାସ ଲଗାଇ କଢାଇ ବଶାନ୍ତୁ ଏଥିରେ ମେଥି ଏବଂ ଟମାଟୋ ପେଷ୍ଟକୁ ଢାଳି ଫୁଟାନ୍ତୁ। ଏଥିସହିତ ଲୁଣ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କଳା ଲୁଣ ପକାଇ କିଛି ସମୟ ସିଝାନ୍ତୁ। ପରେ ଲେମ୍ବୁ ରସ ଏବଂ ପୁଦିନା ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଗିନାକୁ ସୁପ୍‌ ବାହାର କରନ୍ତୁ। ଏହା ଉପରେ ଅଳ୍ପ ପୁଦିନା ପତ୍ର ପକାଇ ଗରମ ଗରମ ସୁପ୍‌ର ମଜା ନିଅନ୍ତୁ।

ପଢନ୍ତୁ;   ସମଝୌତା ଏକ୍ସପ୍ରେସକୁ ବାତିଲ କଲା ପାକିସ୍ତାନ

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଶୁଖା ଚିକେନ”

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ରାଜ୍‌ମା ପଲାଉ

ENO Beuro

ଆଜି ହିଁ ବନାନ୍ତୁ ପଣସକଠା ତରକାରୀ

Ratnamani Moharana

Leave a Comment