Recipes & Food

ଆସନ୍ତୁ ତିଆରି କରିବା ମୁଗ ଡାଲିରୁ ପ୍ରସ୍ତୁତ ଚଟପଟା ଖାଇବା: ମୁଗ ଡାଲି ପକୁଡି

moong daal pakoda

ମୁଗକୁ ଡାଲି , ପିଠା କରି ତ  ଖାଇଥିବେ ତେବେ ଆସନ୍ତୁ ଆଜି ଜାଣିବା ମୁଗ ଡାଲିରୁ ପ୍ରସ୍ତୁତ ପକୁଡି ତିଆରି ପ୍ରଣାଳୀ ସମ୍ପର୍କରେ ଯାହା ଏଇ ବର୍ଷାର ମଜାକୁ ଦିଗୁଣିତ କରିଦବ।

ଅବଶ୍ୟକୀୟ ସାମଗ୍ରୀ

ମୁଗଡାଲି-ଗୋଟେ କପ, ପିଆଜ-ଗୋଟେ, ଅଦା-ଗୋଟେ ଟୁକୁଡା, ଧନିଆ, ଧନିଆପତ୍ର ପେଷ୍ଟ- ଗୋଟେ ଚାମଚ, ଆଳୁ-ଗୋଟେ କପ, ହେଙ୍ଗୁ, ଲଙ୍କାଗୁଣ୍ଡା- ଗୋଟେ ଚାମଚ, କଞ୍ଚାଲଙ୍କା-୩ଟି, ଛାଣିବା ପାଇଁ ତେଲ ଓ ଆବଶ୍ୟକ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ମୁଗଡାଲିକୁ ଗୋଟେ ଦିନ ପୂର୍ବରୁ ପାଣିରେ ପକେଇ ବତୁରେଇ ରଖିବେ। ମୁଗ ବତୁରି ଗଲାପରେ ଭଲଭାବେ ଚୋପ ଛଡେଇ ଦର ବଟା କରି ରଖିବେ। ମୁଗ ବଟାରେ ଆଳୁକୁ ଛୋଟଛୋଟ କାଟି ସେଥିରେ ପକେଇବେ ପୂର୍ବରୁ ଥିବା ପିଆଜ ଓ କଞ୍ଚାଲଙ୍କାକୁ ମଧ୍ୟ ପକେଇବେ। ଏବେ ଏଥିରେ ଧନିଆ, ଧନିଆପତ୍ର ପେଷ୍ଟ, ଲୁଣ, ହେଙ୍ଗୁ, ଲଙ୍କା ଓ ଅଦା ପକେଇ ଭଲଭାବେ ମିଶେଇ ଦିଅନ୍ତୁ। ଏବେ କଡେଇରେ ତେଲ ଗରମ କରି ସେଥିରେ ଉକ୍ତ ମିଶ୍ରଣକୁ ପକୁଡି ଆକାରରେ ଛାଣି ଦିଅନ୍ତୁ। ଶେଷରେ ଏହି ପକୁଡି କୁ ଚାହା କିମ୍ବା ଚଟଣି ସହ ଖାଇପାରିବେ।

ପଢନ୍ତୁ: ଆସନ୍ତୁ ତିଆରି କରିବା କଦଳୀରେ ପ୍ରସ୍ତୁତ ସ୍ଵାଦିଷ୍ଟ “କଦଳୀ ପୁରି”

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଭେଜିଟେବଲ୍‌ ଚିକେନ୍‌’

ENO Beuro

ଆସନ୍ତୁ ଜାଣିବା କେମିତି ତିଆରି ହୁଏ ରେଶମି ପନିର

ENO Beuro

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ ପୋହଳା ବେସର ?

ENO Beuro

Leave a Comment