February 17, 2019

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ମଟର କଟଲେଟ

cutlet

ଆବଶ୍ୟକ ସାମଗ୍ରୀ

ଆଳୁ, ମଟର, ଛେନା,ମଇଦା,ବ୍ରେଡ ଗୁଣ୍ଡ,ଲୁଣ,ଆମଚୁର ପାଉଡର,ଶୁଖିଲା ଲଙ୍କା,ହଳଦୀ,ଗରମ ମସଲା ଗୁଣ୍ଡ, ହେଙ୍ଗୁ, ଲେମ୍ବୁ ରସ, ଚିନି, ଅଦା,କଂଚାଲଙ୍କା ଓ ଛାଣିବା ପାଇଁ ତେଲ।

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ମଟରକୁ ସିଝାଇ ଦେଇ ଏଥିରୁ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଯଦି ମଟର କଞ୍ଚା ରହିଥାଏ ,ତେବେ ଏଥିରେ ଲୁଣ, ଗରମ ମସଲା, ହେଙ୍ଗୁ, ଆମଚୁର ପାଉଡର ଓ ଚିନି ମିଶାଇ ୩ରୁ ୪ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ।

ବର୍ତ୍ତମାନ ଛେନା,ମଟର ଓ ଆଳୁ କୁ ଅଲଗା ଅଲଗା ଭାଗ କରି ରଖନ୍ତୁ । ତା ପରେ ଛେନାରେ ଏକ ଗୁଳା ପ୍ରସ୍ତୁତ କରନ୍ତୁ ।ଏହାପରେ ମଟରରେ ଏକ ଗୁଳା ବନାଇ ଏହା ଉପରେ ଛେନା ଲଗାନ୍ତୁ । ପୁଣି ଏହା ଉପରେ ଆଳୁ ଗୁଳା ଲଗାଇ ରଖନ୍ତୁ ।

ଅନ୍ୟପଟେ ଏକ ପାତ୍ରରେ ମଇଦାରେ ଅଧା କପ୍ ପାଣି ଦେଇ ଘୋଳ ପ୍ରସ୍ତୁତ କରନ୍ତୁ । ଏଥିରେ ପ୍ରସ୍ତୁତ ହୋଇଥିବା ଗୁଳାକୁ ବୁଡାନ୍ତୁ । ଏହାପରେ ଏଥିରେ କଟଲେଟକୁ ବୁଡାଇ କାଢିଦିଅନ୍ତୁ । ପୁଣି ଏଥିରେ ବ୍ରେଡ ଗୁଣ୍ଡ ଲଗାଇ ବାଦାମୀ ରଙ୍ଗ ହେବା ଯାଏ ତେଲରେ ଛାଣନ୍ତୁ।କିଛି ସମୟ ଛାଡି ଦିଅନ୍ତୁ ଥଣ୍ଡା ହେବା ପରେ ଏହାକୁ ଛୁରୀରେ ମଝିରୁ କାଟନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଟର କଟଲେଟ। ଟମାଟୋ ସସ୍ ସହ ଏହାକୁ ପରଷନ୍ତୁ।

ପଢନ୍ତୁ;  ବନ୍ଦ ହୋଇପାରେ ବିଏସ୍ଏନ୍ଏଲ୍

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More