Loading...

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ ମୁଢ଼ି କଙ୍କଡ଼ା ‘

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ ମୁଢ଼ି କଙ୍କଡ଼ା ‘

ପ୍ରଥମେ କଙ୍କଡ଼ାକୁ ଭଳ ଭାବେ ଧୋଇ ରଖନ୍ତୁ। ମୁଢ଼ିକୁ ମଧ୍ୟ ଗୁଣ୍ଡ କରି ରଖନ୍ତୁ। ଏହାପରେ କଙ୍କଡ଼ାରେ ଲୁଣ ଓ ହଳଦୀ ଗୋଳାଇ ଭାଜି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଡାଲଚିନି, ଗୁଜୁରାତି, ପିଆଜ ବଟା ଓ ଅଦା-ରସୁଣ ବଟା ପକାଇ କଷନ୍ତୁ।

ଆବଶ୍ୟକ ସାମଗ୍ରୀ

କଙ୍କଡ଼ା, ମୁଢ଼ି, ପିଆଜ ବଟା, ଅଦା-ରସୁଣ ବଟା, ଟମାଟୋ ବଟା, ଡାଲଚିନି, ଗୁଜୁରାତି, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ଗରମ ମସଲା।

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ କଙ୍କଡ଼ାକୁ ଭଳ ଭାବେ ଧୋଇ ରଖନ୍ତୁ। ମୁଢ଼ିକୁ ମଧ୍ୟ ଗୁଣ୍ଡ କରି ରଖନ୍ତୁ। ଏହାପରେ କଙ୍କଡ଼ାରେ ଲୁଣ ଓ ହଳଦୀ ଗୋଳାଇ ଭାଜି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଡାଲଚିନି, ଗୁଜୁରାତି, ପିଆଜ ବଟା ଓ ଅଦା-ରସୁଣ ବଟା ପକାଇ କଷନ୍ତୁ। ମସଲା ଅଳ୍ପ କଷି ହୋଇଗଲେ ସେଥିରେ ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ଅଳ୍ପ ପାଣି ଦେଇ କଷନ୍ତୁ। ଏହାପରେ ଟମାଟୋ ବଟା, ଭଜା କଙ୍କଡ଼ା, ଗରମ ମସଲା ଓ ଅଳ୍ପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ଘୋଡ଼ଣି ବାହାର କରି ସେଥିରେ ମୁଢ଼ି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ୫ ରୁ ୭ ମିନିଟ୍‌ ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ମୁଢ଼ି କଙ୍କଡ଼ା’।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.