EnewsOdia.Com

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ ମୁଢ଼ି କଙ୍କଡ଼ା ‘

ଆବଶ୍ୟକ ସାମଗ୍ରୀ

କଙ୍କଡ଼ା, ମୁଢ଼ି, ପିଆଜ ବଟା, ଅଦା-ରସୁଣ ବଟା, ଟମାଟୋ ବଟା, ଡାଲଚିନି, ଗୁଜୁରାତି, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ଗରମ ମସଲା।

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ କଙ୍କଡ଼ାକୁ ଭଳ ଭାବେ ଧୋଇ ରଖନ୍ତୁ। ମୁଢ଼ିକୁ ମଧ୍ୟ ଗୁଣ୍ଡ କରି ରଖନ୍ତୁ। ଏହାପରେ କଙ୍କଡ଼ାରେ ଲୁଣ ଓ ହଳଦୀ ଗୋଳାଇ ଭାଜି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଡାଲଚିନି, ଗୁଜୁରାତି, ପିଆଜ ବଟା ଓ ଅଦା-ରସୁଣ ବଟା ପକାଇ କଷନ୍ତୁ। ମସଲା ଅଳ୍ପ କଷି ହୋଇଗଲେ ସେଥିରେ ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ଅଳ୍ପ ପାଣି ଦେଇ କଷନ୍ତୁ। ଏହାପରେ ଟମାଟୋ ବଟା, ଭଜା କଙ୍କଡ଼ା, ଗରମ ମସଲା ଓ ଅଳ୍ପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ଘୋଡ଼ଣି ବାହାର କରି ସେଥିରେ ମୁଢ଼ି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ୫ ରୁ ୭ ମିନିଟ୍‌ ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ମୁଢ଼ି କଙ୍କଡ଼ା’।

ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘କରାରେ ଆଳୁ’

ସମ୍ବନ୍ଧିତ ଖବର

ସଂଧ୍ୟାର ଭରପୁର ମଜା ନେବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଫିସ ପକୋଡା’

Ratnamani Maharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଦହି ମାଛ’

Ratnamani Maharana

ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ବାଦାମ୍ ଫିର୍‌ନି’

Ratnamani Maharana

ଆସନ୍ତୁ ପ୍ରସ୍ତୁତ କରିବା ‘ମୂଳା ରାଇତା’

Ratnamani Maharana

ଆସନ୍ତୁ ପ୍ରସ୍ତୁତ କରିବା ସ୍ଵାଦିଷ୍ଟ ‘ପୋହଳା ବେସର’

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ‘ସୋୟାବଡ଼ି ଚଟ୍‌ପଟି’

Ratnamani Maharana