Recipes & Food

ଆସନ୍ତୁ ତିଆରି କରିବା “ନଡିଆ ଚିକେନ ତରକାରୀ”

Coconut Curry Chicken

ଆବଶ୍ୟକୀୟ ସାମଗ୍ରୀ

ଚିକେନ ୧ କିଗ୍ରା, ରିଫାଇନ ତେଲ ୧୦୦ ମିଲିଗ୍ରାମ, କଟା ପିଆଜ ୫୦ ଗ୍ରାମ, ଲଙ୍କା ଗୁଣ୍ଡା, ହଳଦୀ ଗୁଣ୍ଡା , ଗୋଲମରୀଚ ଗୁଣ୍ଡା, ଅଦା-ରସୁଣ ବଟା, ନଡିଆ ରସ ଗୋଟେ କପ, ଟମାଟୋ ୫୦୦ ଗ୍ରାମ, ତେଜପତ୍ର ୪ରୁ ୫ଟି, ଗୋଟା ଗରମ ମସଲା, ଲୁଣ।

ପ୍ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନକୁ ଭଲଭାବେ ଧୋଇ ଦିଅନ୍ତୁ। ଗୋଟିଏ ପାତ୍ରରେ କିଛି ପାଣି ନେଇ ଅଳ୍ପ ସମୟ ଟମାଟୋ ସିଝାନ୍ତୁ। ଏହାପରେ ଟମାଟୋ ବାହାର କରି ଗ୍ରାଏଣ୍ଡିଙ୍ଗ କରି ରଖନ୍ତୁ। କଡେଇରେ ତେଲ ପକାଇ ଗରମ କରନ୍ତୁ। ସେଥିରେ ଗୋଟା ଗରମ ମସାଲା ଓ ଏହାପରେ ପିଆଜ ପକାନ୍ତୁ। ପାଇଆଜ ବାଦାମି ରଙ୍ଗ ହେବା ପର୍ଯ୍ୟନ୍ତ ଭଜନ୍ତୁ। ସେଥିରେ ଅଦା ରସୁଣ ବଟା, ଲଙ୍କାଗୁଣ୍ଡା, ହଳଦୀ ଗୁଣ୍ଡା,ଓ ଗୋଲମରୀଚ ଗୁଣ୍ଡା ପକାନ୍ତୁ। ମସଲାରୁ ତେଲ ଛାଡିଯିବା ପରେ ଚିକେନ ପକାଇ ଅଳ୍ପ ନିଆରେ ବସାଇ ଘୋଡାଇ ଦିଅନ୍ତୁ। ଚିକେନରୁ ଆମିଷ ପାଣି ମରିଯିବା ପରେ ସେଥିରେ ନଡିଆ ଏବଂ ଟମାଟୋ ପେଷ୍ଟକୁ ପକାଇ ଘୋଡାଇ ଦିଅନ୍ତୁ। ମଝିରେ ମଝିରେ ୨ରୁ ୩ ମିନିଟ ଭିତରେ ଘୋଡଣି ଖୋଲି ଘାଣ୍ଟନ୍ତୁ। ଯେତେବେଳେ ଟମାଟୋ ଏବଂ ନଡିଆରସ ବହଳିଆ ହୋଇଯିବ ଗ୍ୟାସ ବନ୍ଦ କରି ଅନ୍ୟ ଏକ ପାତ୍ରରେ ରାଖୀ ଏହା ଉପରେ ଗରମ ମସଲା ଏବଂ ଧନିଆ ପାତ୍ର ଛିଞ୍ଚି ପରିବାର ଲୋକଙ୍କୁ ଖାଇବାକୁ ଦିଅନ୍ତୁ।

 

ପଢନ୍ତୁ: ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତି ହୁଏ “ମରାଠୀ ମସାଲା ଚିକେନ୍‌”

Related posts

ଆସନ୍ତୁ ଜାଣିବା କେମିତି ତିଆରି କରିବେ ପତ୍ରପୋଡା ଚିକେନ୍

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଡାଲ ପନିର”

Ratnamani Moharana

ଘରେ ତିଆରି କରନ୍ତୁ ମିଲ୍କ-କେକ୍, ଜାଣିରଖନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

Leave a Comment