Recipes & Food

ଆସନ୍ତୁ ତିଆରି କରିବା “ବାଦାମ ଆଇସକ୍ରିମ”

ଆପଣ  ତ ବାହାରେ ବହୁତ ପ୍ରକାର ଫ୍ଲେଭରର ଆଇସକ୍ରିମ ଖାଇଥିବେ। କେବେ ଘରେ ପ୍ରସ୍ତୁତ ଆଇସକ୍ରିମ ଖାଇଛନ୍ତିକି!! ଆଇସକ୍ରିମ ତିଆରି କରିବା ଏକ କଠିନ କାମ ବୋଲି ସମସ୍ତଙ୍କୁ ଜଣା ମାତ୍ର ଏହା ଏତେ ମଧ୍ୟ କଷ୍ଟ ହୋଇନଥାଏ। ଘରେ ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ସହ ଉଚିତ ପ୍ରଣାଳୀ ଜାଣିବା ମଧ୍ୟ ନିହାତି ଦରକାର। ଆସନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହା କିପରି ପ୍ରସ୍ତୁତ କରିବେ।

ଆବଶ୍ୟକୀୟ ସାମଗ୍ରୀ:

କଟା ବାଦାମ – ୨କପ
କଷ୍ଟଡ଼ ମିଲ୍କ – ୨କପ
କ୍ଷୀର – ଅଧା କପ
କ୍ରିମ – ୮ ଚାମଚ
କେସର – ୧ଚାମଚ
ଗୋଟା ବାଦାମ – ୧ଚାମଚ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ  କଟା ବାଦାମ, କଷ୍ଟଡ଼ ମିଲ୍କ ଭଲଭାବେ ଗୋଳେଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ ପାତ୍ରରେ କ୍ଷୀର ଓ କେସରକୁ ଗରମ କରିଦିଅନ୍ତୁ। ଭଲ ଭାବେ କ୍ଷୀର ଫୁଟି ଗଲେ କେସର କାରଣରୁ କ୍ଷୀରର ରଙ୍ଗରେ ପରିବର୍ତ୍ତନ ହେବ। ଗରମ କ୍ଷୀରକୁ ଗ୍ୟାସରୁ କାଢି ଥଣ୍ଡା କରି ଦିଅନ୍ତୁ। ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଶ୍ରଣରେ ଏହି ଥଣ୍ଡା କରିଥିବା କ୍ଷୀରକୁ ପକାନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ବାଦାମକୁ ଭାଜି ଦିଅନ୍ତୁ ଓ ଛୋଟ ଛୋଟ ଖଣ୍ଡ କରି କାଟି ମିଶ୍ରଣରେ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଫ୍ରିଜରେ ୪ ଘଣ୍ଟା ରଖି ଦିଅନ୍ତୁ। ୪ ଘଣ୍ଟା ପରେ ଏହାକୁ କାଚ ପାତ୍ରରେ କାଢି ଖାଇବାକୁ ଦିଅନ୍ତୁ।
ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଆଚାରୀ ଚିକେନ”

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ଦହି ମକେଇ”

Ratnamani Moharana

ଘରେ ପ୍ରସ୍ତୁତ କରନ୍ତୁ ‘ଚିଲି କାବୁଲି ଚଣା’

ENO Beuro

ଆସନ୍ତୁ ଜାଣିବା କେମିତି ତିଆରି କରିବେ ଚିଙ୍ଗୁଡି କୋରମା ?

ENO Beuro

1 comment

Leave a Comment